ବିଶୋଧନ ହେଲା ଭଦ୍ରକ ସହର

ଭଦ୍ରକ ଅଫିସ , ୪।୪- ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଗତକାଲିଠାରୁ ଭଦ୍ରକ ପୌରାଞ୍ଚଳରେ ବିଶୋଧନ କାମ ଜୋରଦାର୍ ହେବା ସହିତ ସହରର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏହି ସାନିଟାଇଜେସନ ପ୍ରକ୍ରିୟା ଚାଲୁରହିବ । ପୌରାଞ୍ଚଳର ବିଭିନ୍ନ ସାହି, ବସ୍ତି ତଥା ରାସ୍ତାଘାଟକୁ ରାସାୟନିକ ପାଣି ପକାଇ ବିଶୋଧନ କାର୍ଯ୍ୟ ଚାଲୁରହିଛି । ଭଦ୍ରକ ପୌର ବିଭାଗ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସାନିଟାଇଜେସନ କାମ ଚାଲୁ ରହିଛି ।ଏଠାରେ ସୂଚନାଯୋଗ୍ୟ, ଜିଲାପାଳଙ୍କ ସୂଚନାନୁଯାୟୀ ଏହି ଦୁଇ ରୋଗୀ ନିଜାମୁଦ୍ଦିନରୁ ଫେରିଛନ୍ତି । ଏହା ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳକୁ ସିଲ୍ କରିଦେବା ସହିତ ପୌରାଞ୍ଚଳରେ ବିଶୋଧନ କାର୍ଯ୍ୟ ଜାରି ରହିଛି ।

Share