ବିଶୋଧନ ହେଲା ସ୍ବର୍ଗଦ୍ୱାର

ପୁରୀ ଅଫିସ,୧୬ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୁଦ୍ଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପୁରୀର ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା ସ୍ବର୍ଗଦ୍ୱାର ଅଞ୍ଚଳକୁ ସାନିଟାଇଜ କରାଯାଇ ନ ଥିଲା। ଏ ନେଇ ବୁଧବାର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ସକାଳେ ସ୍ବର୍ଗଦ୍ୱାର ପରିସର ଏବଂ ଏହାର ଆଖପାଖ ଅଞ୍ଚଳ ସମେତ ବେଳାଭୂମି ରାସ୍ତାକୁ ବିଶୋଧନ କରାଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଏହିସବୁ ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଡ୍‌ କେମିକାଲଯୁକ୍ତ ସ୍ପ୍ରେ କରିଛନ୍ତି। ଜିଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ନେତୃତ୍ୱରେ ଏହି ବିଶୁଦ୍ଧୀକରଣ କାର୍ଯ୍ୟ କରାଯାଇଥିଲା।

Share