ବିଶୋଧିତ ହେଲା ପାଟଣା ସରକାରୀ କାର୍ଯ୍ୟାଳୟ, ଜନ ଗହଳି ସ୍ଥାନ

ପାଟଣା,୬।୫(ସ୍ବ. ପ୍ର.): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ବ୍ଲକ, ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସର, ତହସିଲ, ମାର୍କେଟ, ବଜାରର ମୁଖ୍ୟ ରାସ୍ତା, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ସୋମବାର ପୂର୍ବାହ୍ନରେ ପାଟଣା ଅଗ୍ନିଶମ ବିଭାଗ ତରଫରୁ ଡିଡିଟି ସିଞ୍ଚନକରି ବିଶୋଧିତ କରାଯାଇଛି। ଅଗ୍ନିଶମ ବିଭାଗ ଷ୍ଟେଶନ ପରିଚାଳକ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଚାନ୍ଦରାଇ ସୋରେନ, ରାଇସେନ ମାରାଣ୍ଡି, ଜତିନ୍ଦ୍ର ଭୋଇ, ପ୍ରଶାନ୍ତ କୁମାର ନାଏକ, ଅକ୍ଷୟ କୁମାର ରାଜ, ମଳୟ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Share