ବିଶୋଧୀକରଣ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ

ପୁରୀ ଅଫିସ,୧୧।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିିଭନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। କିପରି ଏହି ମାରାତ୍ମକ ଭୂତାଣୁ ନ ବ୍ୟାପିବ ସେଥିଲାଗି ବିଶୋଧୀକରଣ ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ। ଶନିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ସିଂହଦ୍ୱାର ସମ୍ମୁଖ ରାସ୍ତା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଗଛଗୁଡ଼ିକୁ ବିଶୋଧୀକରଣ କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ୨ଟି ଦମକଳ ଗାଡ଼ିରେ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ କେମିକାଲଯୁକ୍ତ ସ୍ପ୍ରେ କରିଛନ୍ତି। ଜିଲା ଅଗ୍ନିଶମ କେନ୍ଦ୍ର ଓ ସିଂହଦ୍ୱାରା ଅଗ୍ନିଶମ ବାହିନୀର ପ୍ରାୟ ୨୦ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି।

Share