ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢିଲା କଣ୍ଟେନମେଣ୍ଟ

ସୁନ୍ଦରଗଡ଼, ୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଆଖି ଆଗରେ ରଖି ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ପଦକ୍ଷେପ ନେଇଛନ୍ତି। ବିଶ୍ରାରେ ୨ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ପରେ ପଶାସନ ପକ୍ଷରୁ ପ୍ରଥମେ ୧୨ ତାରିଖରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଏହାପରେ ଦ୍ବିତୀୟ ଥର ପାଇଁ ଏହାର ଅବଧିକୁ ଗତ ୧୪ତାରିଖରେ ବୃଦ୍ଧି କରାଯିବା ପରେ ଗୁରୁବାର ତୃତୀୟ ଥର ପାଇଁ ଏହାର ଅବଧିକୁ ପୁଣି ବୃଦ୍ଧି କରାଯାଇଛି।