ବିଶ୍ରାରେ ୪୮ ଘଣ୍ଟା ବଢ଼ିଲା କଣ୍ଟେନମେଣ୍ଟ ଅବଧି

ସୁନ୍ଦରଗଡ଼, ୧୪।୪ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରାରେ ଦୁଇ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ ଗତ ୧୨ ତାରିଖରେ ସମ୍ପୃକ୍ତ ଅଞ୍ଚଳକୁ ୪୮ଘଣ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଥିଲା। ମାତ୍ର ମଙ୍ଗଲବାର ଜିଲା ପ୍ରଶାସନ ପକ୍ଷରୁ ଏହି ଅବଧିକୁ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୬ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ପରେ ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Share