ବିଶ୍ୱକପରୁ ବିଦା ହୋଇ ଘରେ ପହଞ୍ଚିଲା ପାକିସ୍ତାନ ଦଳ: ଏମିତି କରାଗଲା ସ୍ବାଗତ

ଇସଲମାବାଦ, ୮।୭: ବିଶ୍ୱକପରୁ ବିଦା ହେବାପରେ ପାକିସ୍ତାନ ଦଳର ଖେଳାଳିମାନେ ନିଜ ଦେଶରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ସେମାନଙ୍କ ଘରେ ଛଡାଯାଇଥିଲା। ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଦର୍ଶକ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ କ୍ରୋଧ ପ୍ରଦର୍ଶନ କରିଥଲେ, ଖେଳାଳିମାନେ ଦେଶରେ ପହଞ୍ଚିବା ପରେ ସେଭଳି କିଛି ଦେଖିବାକୁ ମିଳିନାହିଁ। ତଥାପି ବିମାନବନ୍ଦରରେ କୌଣସି ଦୁର୍ଘଟଣା ଆଶଙ୍କାରେ ଖେଳାଳିଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏକ ଖବରଦାତା ସମ୍ମଳନୀରେ ଦଳର ଅଧିନାୟକ ସରଫରାଜ ଅହମ୍ମଦ କହିଛନ୍ତି, ଚଳିତ ବିଶ୍ୱକପରେ ପାକିସ୍ତାନ ବିଦା ହେବାକୁ ନେଇ ଆମେ ଦୁଃଖିତ। ଆମେ ସେମିଫାଇନାଲ ଯିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲୁ। କିନ୍ତୁ ନେଟ୍‌ ରନ୍‌ରେଟ୍‌ ଯୋଗୁ ଆମେ ପଛରେ ରହିଗଲୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ପାକିସ୍ତାନ ୯ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଥିଲା।

Share