ଲଣ୍ଡନ,୭।୬-ଆଫଗାନିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ୍ ଚଳିତ ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି। ତାଙ୍କ ବଦଳରେ ବାମହାତୀ ଉଇକେଟ କିପର ଇକ୍ରାମ ଅଲି ଖିଲଙ୍କୁ ଦଳରେ ସାମିଲ କରାଯାଇଛି। ପାକିସ୍ତାନ ବିପକ୍ଷ ଓ୍ବାର୍ମଅପ୍ ମ୍ୟାଚ୍ରେ ଶେହଜାଦ୍ ଆହତ ହୋଇଥିଲେ। ଏହା ସତ୍ତ୍ୱେ ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଖେଳିଥିଲେ। ଏଣୁ ସମସ୍ୟା ବୃଦ୍ଧି ପାଇବାରୁ ସେ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏହି ଓପନର ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲିପାରି ନ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ କେବଳ ୭ ରନ୍ କରିଥିଲେ। ଉଭୟ ମ୍ୟାଚ୍ରେ ଆଫଗାନିସ୍ତାନ ପରାସ୍ତ ହୋଇଥିଲା। ଖିଲ ଚଳିତ ବର୍ଷ ଆୟର୍ଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପର୍ଦାପଣ କରିବା ପରେ ଏ ପର୍ଯ୍ୟନ୍ତ ୨ ମ୍ୟାଚ୍ ଖେଳିଛନ୍ତି। ଆଫଗାନିସ୍ତାନ ଦଳ ୮ ତାରିଖରେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ।