ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ରେକର୍ଡ

ଲଣ୍ଡନ,୧୦।୬- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱକପ୍‌ ଇତିହାସରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ୩୫୦ ରନ୍‌ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଛି। ଏଥିପୂର୍ବରୁ କୌଣସି ଦଳ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୩୦ ରନ୍‌ ଡେଇଁପାରି ନ ଥିଲା। ଓପନର ଶିଖର ଧାଓ୍ବନ(୧୧୭)ଙ୍କ ଶତକ ଓ ଅଧିନାୟକ ବିରାଟ କୋହଲି (୮୨) ଓ ରୋହିତ ଶର୍ମା (୫୭)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ୩୫୨ ରନ୍‌ କରି ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇପାରିଛି। ଉଲ୍ଲେଖଥାଉ କି, ବିଶ୍ୱକପ୍‌ରେ ସର୍ବାଧିକ ଦଳଗତ ସ୍କୋର କରିବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି। ୨୦୧୫ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୬ ଉଇକେଟ ହରାଇ ୪୧୭ ରନ୍‌ କରିଥିଲା। ପୂର୍ବରୁ ୨୦୦୭ ବିଶ୍ୱକପ୍‌ରେ ବରମୁଡା ବିପକ୍ଷରେ ଭାରତ ୫ ଉଇକେଟ ହରାଇ ୪୧୩ ରନ୍‌ କରିଥିଲା, ଯାହାକି ବିଶ୍ୱକପ୍‌ରେ ଭାରତୀୟ ଦଳର ସର୍ବାଧିକ ସ୍କୋର।

Share