Categories: ଖେଳ

ବିଶ୍ୱକପ୍‌ରେ ଭାରତର ୫୦ତମ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ଏହାର ୫୦ତମ ମ୍ୟାଚ୍‌ ବିଜୟ ଲାଭ କରିଛି। ଶନିବାର ଆଫଗାନିସ୍ତାନକୁ ରୋମାଞ୍ଚକ ଭାବେ ୧୧ ରନରେ ପରାସ୍ତ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଏହି କୃତୀତ୍ୱ ହାସଲ କରିଛି। ୧୯୭୫ ମସିହାରୁ ବିଶ୍ୱକପ୍‌ ଆରମ୍ଭ ହୋଇଥିବାବେଳେ ଭାରତ ଆଜି ପର୍ଯ୍ୟନ୍ତ ୭୯ ମ୍ୟାଚ୍‌ ଖେଳି ୫୦ରେ ବିଜୟୀ ହୋଇ ଏହି ତାଲିକାର ୩ୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ୬୭ ଓ ୫୨ ମ୍ୟାଚ୍‌ ଜିତି ତାଲିକାରେ କ୍ରମାନ୍ବୟରେ ପ୍ରଥମ ଓ ୨ ସ୍ଥାନରେ ରହିଛନ୍ତି।

Share