Categories: ଖେଳ

ବିଶ୍ୱକପ୍‌ ଟିମ୍‌ରେ ଯାଗା ମିଳିଲାନି: ଅଜବ ଢଙ୍ଗରେ ବିରୋଧ ପ୍ରଦର୍ଶନ କଲେ ପାକିସ୍ତାନୀ ଖେଳାଳି

ଇସଲମାବାଦ୍‌, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେହାକୁ ଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ଚୂଡାନ୍ତ ଦଳ ଘୋଷଣା କରିଛି ପାକିସ୍ତାନ। ଅନେକ ଦିନରୁ ଏକଦିବସୀୟ ମ୍ୟାଚ୍‌ ଖେଳୁ ନ ଥିବା ମହମ୍ମଦ ଅମିର ଏବଂ ଓ୍ବାହବ ରିଆଜଙ୍କ ଭଳି ଖେଳାଳିଙ୍କୁ ବିଶ୍ୱକପ୍‌ ଟିମରେ ସାମିଲ କରାଯାଇଥିଲାବେଳେ ଦଳର ନିୟମିତ ସଦସ୍ୟ ଥିବା ଜୁନୈଦ ଖାନ୍‌ ବିଶ୍ୱକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ଏନେଇ ଟୁଇଟରରେ ଅଜବ ଢଙ୍ଗରେ ବିରୋଧ କରିଛନ୍ତି ଜୁନୈଦ। କଳା କପଡା ମୁହଁରେ ବାନ୍ଧି ନିଜର ଏକ ଫଟୋ ଟୁଇଟରରେ ସେ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୁଁ କିଛି କହିବାକୁ ଚାହୁଁନି, କାରଣ ସତ କହିବା ବହୁତ କଠିନ ହୋଇଥାଏ। ସୂଚନାଯୋଗ୍ୟ, ବିଶ୍ୱକପ ଦଳରେ ସାମିଲ ହୋଇଥିବା ଓ୍ବହାବ ରିଆଜ୍‌ ଦୁଇବର୍ଷ ପୂର୍ବେ ଶେଷ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ। ତାଙ୍କୁ ଦଳରେ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଛି।

Share