Categories: ବାଣିଜ୍ୟ

ବିଶ୍ୱକପ୍‌ ଦେଖିବା ଲାଗି ଜିଓର ଧମାକାଦାର ଅଫର୍‌: ସବୁ ମ୍ୟାଚ୍‌ର ସିଧା ପ୍ରସାରଣ ମାଗଣା

ନୂଆଦିଲ୍ଲୀ,୬।୬: କ୍ରିକେଟ୍‌ ମ୍ୟାଚ୍‌ ଲାଇଭ୍‌ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇଆସୁଛି। ବିଗତ ଆଇପିଏଲ୍‌ ଏବଂ ବିସିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ସିରିଜ୍‌ରେ ଏହା ପ୍ରମାଣିତ ହୋଇଛି। ୩୦ କୋଟିରୁ ଅଧିକ ଦର୍ଶକ ଜିଓ ଦ୍ୱାରା ଲାଇଭ୍‌ ମ୍ୟାଚ୍‌ ଦେଖିବାର ମଜା ଉଠାଇଥିବା ବେଳେ ଏବେ ଜିଓ ପୁଣି ଥରେ ଏକ ଧମାକାଦାର ଅଫର ଘୋଷଣା କରିଛି। ଏହାର ମୂଳମନ୍ତ୍ର ରହିଛି, ‘ଦେଖନ୍ତୁ, ଖେଳନ୍ତୁ ଆଉ ଉପଭୋଗ କରନ୍ତୁ’।

ଜିଓ ବ୍ୟବହାରକାରୀମାନେ ଓ୍ବାଲର୍‌ଡକପ୍‌ର ପ୍ରତିଟି ମ୍ୟାଚ୍‌କୁ ମାଗଣା ଓ ସିଧାସଳଖ ଦେଖିପାରିବେ। ଦ୍ୱିତୀୟରେ ମାଇଁ ଜିଓ ଆପ୍‌ ଯୋଗେ ଜିଓ ବ୍ୟବହାରକାରୀମାନେ ଖେଳ ଚାଲିଥିବା ସମୟରେ ନିଜେ ଖେଳି ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଯଦି ଖେଳ ଦେଖିବା ସମୟରେ ଆପଣଙ୍କ ରେଗୁଲାର ଡାଟା ପ୍ୟାକ୍‌ ଶେଷ ହୋଇଯାଉଛି ଏବଂ ଆପଣ ସମସ୍ତ ମ୍ୟାଚ୍‌କୁ ଦେଖିବା ଲାଗି ଚାହାନ୍ତି, ତେବେ ମାତ୍ର ୨୫୧ ଟଙ୍କାର ସ୍ବତନ୍ତ୍ର ଜିଓ କ୍ରିକେଟ୍‌ ସେସନ୍‌ ପ୍ୟାକ୍‌କୁ ସବ୍‌ସ୍କ୍ରାଇବ୍‌ କରିପାରିବେ। ଏହାଦ୍ୱାରା ୩୬୫ ଟଙ୍କାର ଲାଭ ମଧ୍ୟ ମିଳିବ। ବଳକା ଥିବା ଡାଟାକୁ ଇଣ୍ଟରନେଟ୍‌ରେ ଅନ୍ୟ କିଛି ଖୋଜି ସାରିପାରିବେ।

ଜିଓ କ୍ରିକେଟ୍‌ ପ୍ଲେ ଆଲଙ୍ଗ୍‌ ଗେମ୍‌ର ନୂଆ ଭର୍ସନକୁ ଲଞ୍ଚ କରିଛି। ଏହାର ଉଦ୍ଦେଶ୍ୟ ଯେ କେବଳ ଖେଳ ଚାଲିଥିବା ସମୟରେ ଦର୍ଶକଙ୍କୁ ଖେଳ ସହ ଯୋଡ଼ି ରଖିବା ତାହା ନୁହେଁ, ବରଂ ଖେଳ ବାବଦରେ ସମସ୍ତ ସୂଚନା ଯେପରିକି ଲାଇଭ୍‌ ସ୍କୋର, ମ୍ୟାଚ୍‌ ନିର୍ଘଣ୍ଟ, ଫଳାଫଳ ପରି ଅନେକ କିଛି ସୂଚନା ହାତମୁଠାରେ ଦେବାକୁ ଚେଷ୍ଟା କରାଯାଇଛି।

ଜିଓ ଟିଭି ମାଧ୍ୟମରେ ହଟ୍‌ ଷ୍ଟାର୍‌ରେ ଏହି ସମସ୍ତ ମ୍ୟାଚ୍‌କୁ ଦେଖିବା ଲାଗି ଜିଓ ବ୍ୟବହାରକାରୀଙ୍କୁ ଏହି ୨୫୧ ଟଙ୍କାର ସ୍ବତନ୍ତ୍ର କ୍ରିକେଟ୍‌ ସେସନ୍‌ ଡାଟା ପ୍ୟାକ୍‌ ରିଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ। ସେମାନେ ସେମାନଙ୍କ ରେଗୁଲାର୍‌ ପ୍ୟାକ୍‌ ମାଧ୍ୟମରେ ମଧ୍ୟ କ୍ରିକେଟ୍‌ ମ୍ୟାଚ୍‌ର ସଜୀବ ପ୍ରସାରଣ ଦେଖିବା ସହ ପ୍ଲେ ଆଲଙ୍ଗରେ ଖେଳିବାର ସୁଯୋଗ ପାଇପାରିବେ। କିନ୍ତୁ ସମସ୍ତ ମ୍ୟାଚ୍‌କୁ ଦେଖିବାକୁ ହେଲେ, ଆବଶ୍ୟକ ଡାଟା ଖର୍ଚ୍ଚ ତୁଲାଇବା ଲାଗି ଗ୍ରାହକଙ୍କୁ ପୂର୍ବପରି ୨୫୧ ଟଙ୍କାର ସ୍ବତନ୍ତ୍ର କ୍ରିକେଟ୍‌ ପ୍ୟାକ୍‌ ରିଚାର୍ଜ କରିବାକୁ ପଡ଼ିପାରେ।

Share