Categories: ଖେଳ

ବିଶ୍ୱକପ୍‌ ପରେ ପ୍ରଥମଥର ପାଇଁ ଭାରତୀୟ ଡେସିଂ ରୁମ୍‌ରେ ପହଞ୍ଚିଲେ ଧୋନୀ

ରାଞ୍ଚି,୨୨।୧୦: ବିଶ୍ୱକପ୍‌ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଥମଥର ପାଇଁ ଭାରତୀୟ ଦଳର ଡ୍ରେସିଂ ରୁମରେ ଦେଖିବାକୁ ମିଳିଛି। ରାଞ୍ଚି ଟେଷ୍ଟର ଚତୁର୍ଥ ଦିବସରେ ଧୋନୀ ଡ୍ରେସିଂ ରୁମ୍‌ରେ ଝାଡଖଣ୍ଡ ବୋଲର୍‌ ତଥା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିବା ଶହବାଜ ନଦିମଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହାର ଏକ ଫଟୋ ବିସିସିଆଇ ସୋସିଆଲ ମିଡିଆରେ ଶେୟାର କରିଛି। ଏହାସହ କୋଚ ରବି ଶାସ୍ତ୍ରୀଙ୍କୁ ମଧ୍ୟ ସେ ଭେଟିଥିଲେ। ଧୋନୀଙ୍କୁ ଭେଟିବା ପରେ ଶାସ୍ତ୍ରୀ ମଧ୍ୟ ନିଜ ଟୁଇଟରରେ ଧୋନୀଙ୍କ ଫଟୋ ଅପଲୋଡ କରି କହିଛନ୍ତି, ଏକ ଐତିହାସିକ ବିଜୟ ପରେ ଏକ ସଚ୍ଚୋଟ ଭାରତୀୟ କିମ୍ବଦନ୍ତୀଙ୍କୁ ଭେଟି ବହୁତ ଖୁସି ଲାଗୁଛି।

Share