Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଜିମରେ ଝାଳ ବୁହାଇଲେ ହାର୍ଦ୍ଧିକ

ମୁମ୍ବାଇ, ୨୦।୫: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଆଇପିଏଲରେ ସଫଳ ହେବା ପରେ ଏବେ ବିଶ୍ୱକପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଜିମ୍‌ରେ ଘଣ୍ଟା ଘଣ୍ଟା ଝାଳ ବୁହାଉଛନ୍ତି। ଶରୀରକୁ ଫିଟ୍‌ ରଖିବା ପାଇଁ ଜିମରେ ବିଭିନ୍ନ ପ୍ରକାର ବ୍ୟାୟାମ କରୁଛନ୍ତି। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନ୍‌ରେ ଆଗକୁ ବିଶ୍ୱକପ୍‌ ଆସୁଥିବାରୁ ବିଶ୍ରାମ ନେବାକୁ ସମୟ ନାହିଁ ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ, ଗତ ଆଇପିଏଲରେ ହାର୍ଦ୍ଧିକ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ୧୬ଟି ୪୦୨ ରନ୍‌ କରିବା ସହ ୧୪ଟି ଓ୍ବିକେଟ ନେଇଥିଲେ।

Share