Categories: ଖେଳ

ବିଶ୍ୱକପ ଦଳରୁ ବାଦ୍‌ ପଡିବାରୁ କାନ୍ଦିଲେ ଏହି ବ୍ୟାଟ୍ସମ୍ୟାନ୍‌

କାବୁଲ, ୧୦।୬: ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ କାନ୍ଦିକି ନିଜ ଅକ୍ରୋଶ ଜାହିର୍‌ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଦଳର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ୍‌। ୨୦୧୯ କ୍ରିକେଟ ବିଶ୍ୱକପ୍‌ରୁ ଅଧାରୁ ସ୍ବଦେଶ ଫେରିବା ପରେ ଆଫଗାନସ୍ତାନ କ୍ରିକେଟ୍‌ ବୋର୍ଡ ଉପରେ ବର୍ଷିଛନ୍ତି ଶେହଜାଦ୍‌। ସେ ଏକ ସାକ୍ଷାତକାରରେ କାନ୍ଦିକି କହିଛନ୍ତି ଯେ, ମୁଁ ଫିଟ୍‌ ଥିଲି, କିନ୍ତୁ ମ୍ୟାନେଜମେଣ୍ଟ ମୋତେ ଅନଫିଟ୍‌ ଥିବା କହି ସ୍ବଦେଶ ଫେରିଯିବାକୁ କହିଥିଲା। ମୋ ବଦଳରେ ଅନ୍ୟ ଖେଳାଳିଙ୍କୁ ନେବାକୁ ଦଳର ମ୍ୟାନେଜମେଣ୍ଟ୍‌ ଚାହୁଥିବାରୁ ଅନଫିଟ୍‌ ହେବାର ବାହାନା ଦେଖାଇ ମୋତେ ବାହାର କରି ଦିଆଯାଇଥିଲା ବୋଲି ଶେହଜାଦ୍‌ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଶେହଜାଦ୍‌ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ ହେଁ କିଛି ଖାସ୍‌ ସ୍କୋର କରିପାରି ନ ଥିଲେ। ପାକିସ୍ତାନ ବିପକ୍ଷ ଓ୍ବାର୍ମ-ଅପ୍‌ ମ୍ୟାଚ୍‌ରେ ଶେହଜାଦ୍‌ ଆହତ ହୋଇଥିଲେ ବୋଲି ଆଫଗାନସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି।

Share