ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୩.୬ ଲକ୍ଷ କୋଟି ଡଲାରର ଝଟକା ଲାଗିବ ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁ ଶ୍ରମ ସଙ୍କଟ ବଢିବ। ଭାରତରେ ଅଟୋମୋବାଇଲ, ରିୟଲ ଇଷ୍ଟେଟ, ବିମାନ ଚଳାଚଳ କ୍ଷେତ୍ର, ସିନେମା ଏବଂ ମନୋରଞ୍ଜନ ଶିଳ୍ପ, ପର୍ଯ୍ୟଟନ ସହ ଅନ୍ୟ କିଛି କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହେବେ। ଏହି କ୍ଷେତ୍ରଗୁଡିକରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତି ଉପରେ ସଙ୍କଟର କଳାବାଦଲ ଏବେ ଛାଇ ରହିଛି। ଜାନୁୟାରୀ ଏବଂ ଫେବୃୟାରୀ ମାସରେ ଚୀନରେ ଏହି ମହାମାରୀ ବ୍ୟାପିବା ଯୋଗୁ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ସୂଚନା ରହିଛି। କରୋନା ଯୋଗୁ ହୋଟେଲ, ଟୁର ଏବଂ ଟ୍ରାଭେଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ନିଯୁକ୍ତି ଉପରେ ବେଶି ପ୍ରଭାବ ପଡିବ।
ଗ୍ଲୋବାଲ ହଣ୍ଟ ଇଣ୍ଡିଆ ଏଜେନ୍ସି ରିପୋର୍ଟ ମୁତାବକ ଭାରତର ଅଣ ସଙ୍ଗଠିତ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ରହିବ। ମାତ୍ର କରୋନା ଯୋଗୁ ବଜାର ସ୍ଥିତିରେ ଶୀଘ୍ର ନ ସୁଧାର ହୁଏ ତେବେ ଆଗାମୀ ୨ରୁ ୩ ମାସ ମଧ୍ୟରେ ସଙ୍ଗଠିତ କ୍ଷେତ୍ରରେ ୨୦% ଲୋକଙ୍କ ଚାକିରୀ ସଙ୍କଟ ସ୍ଥିତିକୁ ଆସିଯିବ। ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏଶନ ସଭାପତି ଅରବିନ୍ଦର ଖୁରାନା କହିଛନ୍ତି ଯେ, ଆଗାମୀ ୨୦ ଦିନରେ ଯୋଗାଣ ସ୍ବାଭାବିକ ନ ହେଲେ ସ୍ଥିତି ବିଗିଡିଯିବ। ଚାଇନା କମ୍ପୋନେଣ୍ଟ ଉପରେ ନିର୍ଭର କରୁଥିବା ମୋବାଇଲ, ଇଲେକଟ୍ରୋନିକ୍ସ, ହୋମ ଆପ୍ଲାଏନ୍ସ ଭଳି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି। ଷ୍ଟକ ଶେଷ ହେଉଥିବାରୁ ମାନୁଫାକଚରିଂଠାରୁ ରିଟେଲରଙ୍କ ପର୍ଯ୍ୟନ୍ତ କାମ ପ୍ରାୟ ଠପ୍‌ ହୋଇଯିବ। ଏହା ଫଳରେ ବେରୋଜଗାରୀ ମଧ୍ୟ ବଢିପାରେ। ମୋବାଇଲ ରିଟେଲିଂ କ୍ଷେତ୍ରରେ ଶ୍ରମଶକ୍ତି ହ୍ରାସ ହୋଇପାରେ। ଅଧିକାଂଶ ଟିଭି କମ୍ପାନୀ ୬୦% ଚାଇନା କମ୍ପୋନେଣ୍ଟକୁ ନେଇ କାମ କରୁଥିବାରୁ ସ୍ଥିତିରେ ସୁଧାର ନ ଆସିଲେ ଛଟେଇ କରିବା ନେଇ ଯୋଜନା କରୁଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ୬୦୦ ନିୟୁତ ଡଲାର କ୍ଷତି ଆକଳନ କରାଯାଇଛି। ଏହାବାଦ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ଉପରେ ସଙ୍କଟ ଅଧିକ ରହିଛି। ଏହାବାଦ ଆମେରିକାରେ ଦ୍ୱିତୀୟ ତ୍ରୈମାସରେ ୪୫ ଲକ୍ଷ ଲୋକ ଚାକିରି ହରାଇପାରନ୍ତି ବୋଲି ଅନୁମାନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର ୩୦ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ସଂସ୍ଥାନର ୩୦ତମ ପୂର୍ତ୍ତି ଉତ୍ସବ ରବିବାର ହରିଦ୍ୱାରର ପତଞ୍ଜଳି ୱେଲ୍‌ନେସସ୍ଥିତ ଯୋଗ ଭବନ...

ବୈଦ୍ୟୁତିକ ଯାନର ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬।୧: ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ( ଇଲେକଟ୍ରିକ ଭେହିକିଲ ବା ଇଭି) ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି।...

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର...

ଶକ୍ତି ସଂରକ୍ଷଣରେ ଟିପିସିଓଡିଏଲ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୫।୧ (ଅଭୟ ଦାଶ):ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ଓ ୪-ତାରକା ମାନ୍ୟତା ମିଳିଛି। ଏପରିକି ଶକ୍ତି ସଂରକ୍ଷଣ...

ବର୍ଷକରେ ୧,୩୧,୮୭୧ ୟୁନିଟ୍‌ ଯାନ ପଞ୍ଜୀକରଣ

ନୂଆଦିଲ୍ଲୀ,୫।୧: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ବର୍ଷ (ଜାନୁଆରୀରୁ ଡିସେମ୍ବର) ମଧ୍ୟରେ ଏଚ୍‌ସିଆଇଏଲ୍‌...

ଓୟୁଟିଆର୍‌ର ‘ଏନ୍‌ଭିରୁନ୍‌’ ମିନି ମାରାଥନ୍‌

ଭୁବନେଶ୍ୱର,୫।୧: ରାଜ୍ୟର ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନ ତଥା ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ମେଗା ମିନି...

ଭାରତର ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ

ନୂଆଦିଲ୍ଲୀ,୫।୧: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର...

ଏସ୍‌ ଆଣ୍ଡ ପି ଗ୍ଲୋବାଲ ସିଏସ୍‌ଏରେ ବେଦାନ୍ତ ଦ୍ୱିତୀୟ

ନୂଆଦିଲ୍ଲୀ,୪।୧: ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ସଫଳତା ମିଳିଛି। ଏପରିକି କମ୍ପାନୀର ଅତୁଳନୀୟ ସ୍ଥିରତା ପ୍ରୟାସ ପାଇଁ ଏସ୍‌ ଆଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri