ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ : ପ୍ଲାଷ୍ଟିକ୍‌ ବର୍ଜନ ନେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସଂକଳ୍ପ

ହାଟଡିହୀ, ୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଛେନାପଦୀ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ବୁଧବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ସବିତା ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭା ଆରମ୍ଭ ହୋଇଥିଲା। ଏଥିରେ ସ୍ବଚ୍ଛତା ଓ ପ୍ଲାଷ୍ଟିକ୍‌ମୁକ୍ତ ସମାଜ ଗଠନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ପରିବେଶ ସ୍ବଚ୍ଛ ରଖିବା ସହିତ ପ୍ଲାଷ୍ଟିକ୍‌ ତଥା ପଲିଥିନ ବର୍ଜନ କରିବାକୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସଂକଳ୍ପ ନେଇଥିଲେ। ପରେ ସଚେତନତା ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ଏଥିରେ ପ୍ରାଧ୍ୟାପିକା ଉଷା ଦାସ, ଡ. ମମତା ବିଶୋୟୀ, ରାଜଶ୍ରୀ ଗୋସ୍ବାମୀ ପ୍ରମୁଖ ଯୋଗଦେଇଥିଲେ।