ବିଶ୍ୱନାଥ ମନ୍ଦିର ଦର୍ଶନ କରି ବିବାଦରେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଥିବା ନଜର ଆସିଛନ୍ତି। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। କାଶୀ ବିକାଶ ସମିତି ଏହାକୁ ନେଇ ସ୍ବର ଉଠାଇଛି। ସମିତିର ମହାସଚିବ ଚନ୍ଦ୍ର ଶେଖର କପୁର କହିଛନ୍ତି, ସାରା ମନ୍ଦିରର ପରମ୍ପରା ଭଙ୍ଗ କରିଛନ୍ତି। ଏହା ସହିତ ସେ ମନ୍ଦିରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମନ୍ଦିରର ସାଇନ୍‌ବୋର୍ଡରେ ଲେଖାଯାଇଛି, ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନିଷେଧ।


ସାରା ତାଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ’ ର ଶୁଟିଂ ପାଇଁ ଏହି ସହରରେ ଥିଲେ। ଏହି ସମୟରେ ସେ କାଶୀ ବିଶ୍ୱନାଥ ମନ୍ଦିର ଏବଂ ଗଙ୍ଗା ଆରତିରେ ସାମିଲ ହୋଇଥିଲେ। ତାଙ୍କ ସହ ମା’ ଅମୃତା ସିଂହ ମଧ୍ୟ ଥିଲେ।

Share