Categories: ଖେଳ

ବିଶ୍ୱପକ୍‌ ପରେ ଅଷ୍ଟ୍ରେଲିଆକୁ ଟି-୨୦ରେ ହରାଇଲା ଭାରତ

ବିଶାଖାପଟ୍ଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୨ ଉଇକେଟ୍‌ରେ ବିଜୟୀ ହୋଇ ହୋଇଛି। ଏଥିସହ ବିଶ୍ୱପକ୍‌ ପରାଜୟର ପ୍ରତିଶୋଧ ଟି୨୦ରେ ନେଇଛି। ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ବ୍ୟାଟର୍‌ ଜୋଶ ଇଂଲିଶଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୦୮ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୨୦୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଥିଲା ଅଷ୍ଟ୍ରେଲିଆ।

୨୦୯ ରନ୍‌ର ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ଭାରତ ମାତ୍ର ୨୨ ରନ୍‌ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ଯଶସ୍ବୀ ଜୟସ୍ବାଲ ୮ ବଲ୍‌ ଖେଳି ସେ ୨ଟି ଲେଖାଏ ଛକା ଓ ଚୌକା ସହ ୨୧ ରନ୍‌ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୮୦) ଓ ଇଶାନ କିଶନ(୫୮) ତୃତୀୟ ଉଇକେଟରେ ୧୧୨ ରନ୍‌ ଯୋଡିଥିଲେ। ଇଶାନ ୩୯ ବଲ୍‌ ଖେଳି ୨ ଚୌକା ଓ ୫ ଛକା ମାରିଥିଲେ। ସୂର୍ଯ୍ୟକୁମାର ୪୨ ବଲ୍‌ ଖେଳି ୯ ଚୌକା ଓ ୪ ଛକା ମାରିଥିଲେ। ଶେଷ ଆଡକୁ ରିଙ୍କୁ ସିଂ ୧୪ ବଲ୍‌ରୁ ଅପରାଜିତ ୨୨ ରନ୍‌ର ମହାତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ। ଶେଷ ଓଭରରେ ୩ ଖେଳାଳି ଆଉଟ ହୋଇଥିଲେ ହେଁ ରିଙ୍କୁ ଚମତ୍କାର ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ତନଭୀର ସାଂଘା ସର୍ବାଧିକ ୨ଟି ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ।

 

Share