ବିଶ୍ୱବିଦ୍ୟାଳୟରେ ଏକାଠି ବୁଲିପାରିବେନି ଝିଅ-ପୁଅ: ନିୟମ ଭାଙ୍ଗିଲେ ଅଭିଭାବକ ଦେବେ ଜରିମାନା

ଇସଲାମାବାଦ,୨୭।୯: ପାକିସ୍ତାନର ବଚା ଖାନ୍‌ ବିଶ୍ୱବିଦ୍ୟାଳୟରେ ଏକ ଅଜବ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ, କ୍ୟାମ୍ପସରେ ଝିଅ-ପୁଅ ଏକାଠି ବୁଲି ପାରିବେ ନାହିଁ। ଏହା ଇସଲାମ ବିରୋଧୀ ବୋଲି କୁହାଯାଇଛି। ଯଦି କୌଣସି ଛାତ୍ରୀଛାତ୍ର ଏହାର ଖିଲାପ୍‌ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟରେ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସରେ କୌଣସି ପ୍ରକାରର ଅପ ସଂସ୍କୃତି ଓ ଇସଲାମ ବିରୋଧୀ କାର୍ଯ୍ୟକଳାପକୁ ଗ୍ରହଣ କରାଯିବ ନାହିଁ। ସୂଚନାଯୋଗ୍ୟ, ନିୟମ ଜାରି କରାଯାଇ କୁହାଯାଇଛି ଯେ, କ୍ୟାମ୍ପସ ମଧ୍ୟରେ ଛାତ୍ର ଓ ଛାତ୍ରୀମାନେ ଆଦୌ ଏକାଠି ବୁଲି ପାରିବେ ନାହିଁ। ଯଦି କ୍ୟାମ୍ପସ ମଧ୍ୟରେ କୌଣସି ଝିଅ ଓ ପୁଅଙ୍କୁ ଏକାଠି ବୁଲୁଥିବା ଦେଖିବାକୁ ମିଳେ, ତା’ହେଲେ ଏ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଯିବ। ଯଦି ଧରାପଡିନ୍ତି ତେବେ ତାଙ୍କ ଅଭିଭାବକମାନେ ଜରିମାନା ଦେବେ ବୋଲି କୁହାଯାଇଛି।

Share