Categories: ଜାତୀୟ

ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଶିକ୍ଷା ସମାଜରେ ହୋଇଥାଏ ପ୍ରତିଫଳିତ: ପ୍ରଧାନ ବିଚାରପତି

ନାଗପୁର,୧୮।୧: ବିଶ୍ୱବିଦ୍ୟାଳୟ ଇଟା ଏବଂ ସିମେଣ୍ଟରେ ନିର୍ମାଣ କରାଯାଇଥିବା ଏକ ଉତ୍ପାଦନ କେନ୍ଦ୍ର ନୁହେଁ। ଏଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ହିଁ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କ ଦ୍ୱାରା ସମାଜରେ ପ୍ରତିଫଳିତ ହୋଇଥାଏ। ନାଗପୁର ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ଏପରି କହିଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷା ଶେଷ ପରେ ଶିକ୍ଷାର୍ଥୀ ଉପଯୁକ୍ତ ଚିନ୍ତାଧାରା ମାଧ୍ୟମରେ ସମାଜର ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ବୋବଡେ କହିଛନ୍ତି। ସୂଚନାଯୋଗ୍ୟ, ସିଏଏ ନେଇ ଜେଏନ୍‌ୟୁ, ଜାମିଆ, ଏଏମ୍‌ୟୁ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରାଯାଇଥିଲା। ଏନେଇ ପ୍ରଧାନ ବିଚାରପତି ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।

Share