Categories: ଜାତୀୟ

ବିଶ୍ୱବିଦ୍ୟାଳୟରେ ହିଂସକ ପ୍ରଦର୍ଶନ ଉଚିତ୍‌ ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ହିଂସାକାଣ୍ଡ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ଏଭଳି ହିଂସକ ପ୍ରଦର୍ଶନ ଉଚିତ୍‌ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ସୋମବାର କହିଛନ୍ତି। ହିଂସାକାଣ୍ଡ ଥମିଲେ ଏହାର ଶୁଣାଣି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହିଂସକ ପ୍ରଦର୍ଶନ ସହିତ ପୋଲିସ ଉପରେ ପଥର ମାଡ଼ କରାଯିବାରୁ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍‌ର ପ୍ରୟୋଗ କରିଥିଲା। ତେବେ ଏହାକୁ ନେଇ ପ୍ରଦର୍ଶନକାରୀ ଏବଂ ପୋଲିସ ପକ୍ଷରୁ ପରସ୍ପର ବିପରୀତ ମନ୍ତବ୍ୟ ଦିଆଯାଇଛି।

Share