ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ମହତାବ ପ୍ରତିଭାରେ ସମ୍ମାନିତ

ହାଟଡିହୀ,୧୪।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ଡ. ମହତାବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଆଗରପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ତଥା ନାଟ୍ୟକାର ସୁଧାଂଶୁ ନାୟକ, ଜିଲା ପରିଷଦ ସଦସ୍ୟ ପ୍ରଶାନ୍ତ ଦାଶ ପ୍ରମୁଖ ଯୋଗଦେଇଥିଲେ । ପାଣିଗ୍ରାହୀ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିବାବେଳେ ଏବେ ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ଦ୍ୱାରା ଓଡ଼ିଶା ସଂପାଦକ ଭାବେ ମନୋନୀତ ହୋଇ କାର୍ଯ୍ୟ କରୁଛନ୍ତି ।