Categories: ଖେଳ

ବିଶ୍ୱରେ କେଉଁ ସ୍ଥାନରେ କରିଛନ୍ତି ଶତକ, ତାହା ଦେଖାଇବା ପାଇଁ ଦେହରେ ବିଶ୍ୱ ମ୍ୟାପ ଟାଟୁ

ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସଫଳତାକୁ ସର୍ବଦା ମନେ ରଖିବା ପାଇଁ ଦେହରେ ବିଶ୍ୱ ମ୍ୟାପ୍‌ ଟାଟୁ କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାଇଲିସ୍‌ ବ୍ୟାଟ୍ସମ୍ୟାନ କେଭିନ ପିଟରସନ। ଅନ୍ତର୍ଜାତୀୟ ସ୍ତରରେ ମୋଟ ୩୨ ଶତକ କରିଥିବା ଡାହଣହାତୀ ବ୍ୟାଟ୍ସମ୍ୟାନ ଦେହରେ ସମସ୍ତ କ୍ରିକେଟ ଖେଳୁଥିବା ଦେଶର ମ୍ୟାପର ଟାଟୁ କରିଛନ୍ତି। ଏଥିରେ ଯେଉଁ ସହରରେ ସେ ଶତକ ହାସଲ କରିଛନ୍ତି, ସେଠାକୁ ଲାଲ ରଙ୍ଗରେ ଦେଖାଇଛନ୍ତି। ୩୨ ଅନ୍ତର୍ଜାତୀୟ ଶତକ ମଧ୍ୟରେ ୨୩ଟି ଟେଷ୍ଟ ଶତକ ରହିଛି। ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆପ୍ରିକା, ଓ୍ବେଷ୍ଟଇଣ୍ଡିଜ, ଭାରତ ଭଳି ଟେଷ୍ଟ ଖେଳୁଥିବା ସମସ୍ତ ଦେଶ ବିପକ୍ଷରେ ପିଟରଶନ ଶତକ ଅର୍ଜନ କରିଥିଲେ। ୨୦୧୪ରେ ଜାତୀୟ ଦଳରୁ ବାଦ୍‌ ପଡ଼ିବାର ବର୍ଷକ ପରେ ସେ ଦେହରେ ଏହି ଟାଟୁ କରାଇଥିଲେ। ୨୦୦୫ ଆଶେସ ସିରିଜ୍‌ ଓ ୨୦୧୦ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ।

Share