Categories: ଫୁରସତ

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ ସମୟ ପାରନ୍ତି ଶୋଇକରି ବିତେଇଥାନ୍ତି।
* ଫେବୃୟାରୀ ୯ ତାରିଖକୁ ବିଶ୍ୱ ଦାନ୍ତବିନ୍ଧା ଦିବସ ଭାବେ ପାଳନ କରାଯାଏ। ତେବେ ଲୋକମାନଙ୍କ ମଧ୍ୟରେ ଦାନ୍ତ ସମ୍ବନ୍ଧୀୟ ସ୍ବଚ୍ଛତା ଏବଂ ସୁସ୍ଥ ଦାନ୍ତ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ।
* ଜୁନ୍‌ ୨କୁ ବିଶ୍ୱର କେତେକ ସ୍ଥାନରେ ଅଫିସରୁ ଶୀଘ୍ର ଘରକୁ ଯିବା ଦିବସ ଭାବେ ପାଳନ କରାଯାଏ। ଏହି ଦିନ କର୍ମକର୍ତ୍ତାମାନେ ଅଫିସରୁ ଶୀଘ୍ର ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିଥାନ୍ତି, ଯାହା ଦ୍ୱାରା ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ଘଟିଥାଏ ବୋଲି ଗବେଷଣାରୁ ଜଣାଯାଇଛି।
* ଜୁନ ୨୦ ରୁ ୨୬ ମଧ୍ୟରେ ଆମେରିକାରେ ଏଭଳି ଏକ ଦିନ ପାଳନ କରାଯାଏ, ଯେଉଁଦିନ ଲୋକମାନେ ନିଜ ପୋଷା କୁକୁରକୁ ଅଫିସକୁ ନେଇ ଯାଇଥାନ୍ତି। ତେବେ ଲୋକମାନଙ୍କ ମଧ୍ୟରେ ପୋଷାକୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିନଟି ପାଳନ କରାଯାଇଥାଏ।
* ଡିସେମ୍ବର ୭କୁ ବିଭିନ୍ନ ସ୍ଥାନରେ ଚିଠି ଲେଖା ଦିବସ ଭାବେ ପାଳନ କରାଯାଏ। ଇମେଲ ଓ ଟେଲିଗ୍ରାଫ୍‌ର ଅଗ୍ରଗତି ଫଳରେ ଲୋକମାନେ କାଗଜ କଲମରେ ଲେଖିବା ପ୍ରାୟ ବନ୍ଦ କରିଦେଲେଣି। ତେଣୁ ଲୋକଙ୍କୁ ପୁଣି କାଗଜ କଲମ ପ୍ରତି ଆକର୍ଷିତ କରିବା ପାଇଁ ଏହି ଦିନଟିକୁ ପାଳନ କରାଯାଇଥାଏ, ଯେଉଁଦିନ ଲୋକମାନେ ନିଜ ପ୍ରିୟଜନଙ୍କୁ ହାତଲେଖା ଚିଠି ପ୍ରଦାନ କରିଥାନ୍ତି।

Share