ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଚେତାବନୀ ପରେ ଏବେ ଆମେରିକା, ବ୍ରାଜିଲ, ଭାରତ ଓ କିଛି ଲାଟିନ ଆମେରିକା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ବୁଧବାର ସାରା ବିଶ୍ୱରେ ୧ ଲକ୍ଷ ୬ ହଜାରରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କ୍‌ୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ଅତିକ୍ରମ କରି ସାରିଛି। ଯାହା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୨୦୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩ଲକ୍ଷ ୫୭ ହଜାରରେ ପହଞ୍ଚିଛି। ସୂଚନାଯୋଗ୍ୟ, ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଏହାର ଭ୍ୟାକ୍ସିନ ଖୋଜିବାରେ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଉଦ୍ୟମ ଜାରି ରଖିଛନ୍ତି।

Share