ବିଶ୍ୱରେ ୨୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭାରତ ୧୯ତମ ସଂକ୍ରମିତ ଦେଶ, ଓଡ଼ିଶାରେ ପରୀକ୍ଷଣର ୧.୦୮% ଆକ୍ରାନ୍ତ

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏପ୍ରିଲ ୧୫ ସୁଦ୍ଧା ୨୧୦ଟି ଦେଶ ସହ ୨ଟି ଜାହାଜରେ କରୋନା ସଂକ୍ରମଣ ହୋଇଛି। ସେହିଭଳି ବିଶ୍ୱସ୍ତରରେ ଏଥିରେ ମୃତକଙ୍କ ସଂଖ୍ୟା ମଙ୍ଗଳବାର ୧୯ ଲକ୍ଷ ହଜାର ୩୦ହଜାର ୨୭୫ ଥିବା ବେଳେ ବୁଧବାର ୨୦ଲକ୍ଷ ୮ହଜାର ୧୬୪ରେ ଏହା ପହଞ୍ଚିଛି। ମୃତକ ୧ ଲକ୍ଷ ୧୯ ହଜାର ୮୧୫ ଥିବା ବେଳେ ବୁଧବାର ୧ ଲକ୍ଷ ୨୭ହଜାର ୧୪୭ରେ ପହଞ୍ଚିଛି। ଭାରତରେ ୧୧, ୪୩୯ଜଣ କରୋନା ସଂକ୍ରମିତ ମୃତକ ୩୭୭ରେ ପହଞ୍ଚିଛି। ସାରା ବିଶ୍ୱରେ ଭାରତ ଏବେ ୧୯ତମ ସଂକ୍ରମିତ ଦେଶ ରହିଛି। ସେହିଭଳି ଓଡ଼ିଶାରେ ଏଯାବତ୍‌ ୫୫୩୭ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ସେଥିରୁ ୬୦ ପଜିଟିଭ ବାହାରିଛନ୍ତି। ଏହା ୧.୦୮% ରହିଛି। ସମସ୍ତ କେସ୍‌ରୁ ୧୮ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାଛଡ଼ା ଜଣଙ୍କର ମୃତ୍ୟୁଘଟିଥିବା ବେଳେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୧ ରହିଛି। ଏହାର ମୁକାବିଲା ପାଇଁ ରାଜ୍ୟ ୨୧ଟି କାର୍ଯ୍ୟକ୍ରମ କୋଭିଡ ଡାକ୍ତରଖାନା ରହିଛି। ଏଥିରେ ୩୬୨୦ ଶର୍ଯ୍ୟା ରହଥିବା ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।

Share