ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା ବେଳେ ଭାରତ ମଧ୍ୟ ଧିରେ ଧିରେ ଆଗକୁ ଅଗ୍ରସର ହେଉଛି। ଏବେ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩,୪୩,୬୦୮ରେ ପହଞ୍ଚିଥିବା ସୂଚନା ମିଳିଛି। ସେହିପରି ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩,୯୭,୮୮୪ରେ ପହଞ୍ଚିଥିବା ବେଳେ ଏବେ ଏହା ବିକାଶଶୀଳ ଦେଶଙ୍କୁ ଚିନ୍ତାରେ ପକାଇ ଦେଇଛି। ଏପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ ୨୨,୪୪,୮୯୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୨୮,୦୯,୩୮୪ ଜଣଙ୍କ ଚିକିତ୍ସା ଚାଲିଛି।

Share