ବିଶ୍ୱରେ ୫୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଟପ୍‌ ଟେନ୍‌ରେ ଭାରତ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମିତ ଦେଶଙ୍କ ଟପ୍‌ ଟେନ୍‌ ତାଲିକାରେ ଏବେ ଭାରତ ସାମିଲ ହୋଇଛି। ଏବେ ଭାରତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଇରାନକୁ ପଛରେ ପକାଇ ଦେଇଛି। ଅନ୍ୟପଟେ ଲଗାତାର ଚତୁର୍ଥ ଦିନ ବି ବିଶ୍ୱରେ ୨୪ ଘଣ୍ଟାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ଏବେ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫,୧୮,୬୬୧ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୩,୪୬,୯୭୯ରେ ପହଞ୍ଚିଛି। ରବିବାର ଆମେରିକା ଅପେକ୍ଷା ବ୍ରାଜିଲରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି। ଟପ୍‌ ଟେନ୍‌ ତାଲିକାରେ ଥିବା ଦେଶମାନଙ୍କ ମଧ୍ୟରେ ଉତ୍ତର ଆମେରିକା, ବ୍ରାଜିଲ, ରୁଷିଆ, ବ୍ରିଟେନ, ସ୍ପେନ, ଇଟାଲୀ, ଫ୍ୟାନ୍ସ, ଜର୍ମାନୀ, ତୁର୍କୀ ଓ ଭାରତ ଥିବା କୁହାଯାଉଛି।

Share