Nurses walk in front of a makeshift coronavirus testing centre at the Mishref Fair Grounds in Kuwait city, Kuwait March 12, 2020.REUTERS/Stephanie McGehee - RC2EIF94O3HM
ଓ୍ବାଶିଂଟନ,୭।୫: ଗତ ସପ୍ତାହରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମନ୍ୟ କମ୍ ହୋଇଥିବା ବେଳେ ଏବେ ପୁଣିଥରେ ଏହି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବୁଧବାର ସାରା ବିଶ୍ୱରେ ୯୪,୦୦୦ରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୩୮,୧୮,୮୦୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୬,୮୦୦ଲୋକଙ୍କ ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୨,୬୪,୮୦୦ ଅତିକ୍ରମ କରିଛି। ଏଥର ମଧ୍ୟ ଆମେରିକାରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ରୁଷ, ବ୍ରାଜିଲ, ଭାରତ ଓ ପେରୁ କରୋନାର ହଟ୍ସ୍ପଟ ପାଲଟି ଯାଇଛନ୍ତି। ଇଣ୍ଟରନ୍ୟାଶନାଲ କାଉନସିଲ ଅଫ୍ ନର୍ସେସର ରିପୋର୍ଟରୁ ଜଣାପଡିଛି କି ବିଶ୍ୱରେ ଏପର୍ଯ୍ୟନ୍ତ ୯୦ ହଜାରରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇସାରିଲେଣି। ବାସ୍ତବିକ ଭାବେ ଏହି ସଂଖ୍ୟା ଦୁଇଗୁଣ ହୋଇପାରେ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ ପାଖାପାଖି ୨୬୦ରୁ ଊର୍ଦ୍ଧ୍ୱ ନର୍ସଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି।