Categories: ଖେଳ

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ କ୍ରିକେଟ ଅମ୍ପାୟାର ଦାୟିତ୍ୱ ଦିଆଯାଏ ତେବେ ଏହା ନିହାତି ଆଶ୍ଚର୍ଯ୍ୟ ଲାଗିପାରେ। ପ୍ରସିଦ୍ଧ କ୍ରିକେଟ ଅମ୍ପୟାର ଷ୍ଟିଭ୍‌ ବକନର୍‌ ଏମିତି ଜଣେ ବ୍ୟକ୍ତି ଯେ କି ଉଭୟ କ୍ରିକେଟ ଏବଂ ଫୁଟବଲ୍‌ ବିଶ୍ୱକପରେ ମ୍ୟାଚ୍‌ ରେଫରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ୧୯୯୦ ଫୁଟବଲ ବିଶ୍ୱକପ୍‌ ପାଇଁ ୧୯୮୮ରେ ସେଲଭେଡର ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିବା କ୍ୱାଲିଫାୟର ମୁକାବିଲାରେ ବକନର୍‌ ରେଫରୀ ଦାୟିତ୍ୱ ତୁଲାଇଥିଲେ। ୧୯୯୯ କ୍ରିକେଟ ବିଶ୍ୱକପରେ ସେ ଅମ୍ପୟାରିଂ ଭୂମିକା ନିଭାଇଥିଲେ। ବକନର୍‌ ୧୯୪୬ ମସିହା ମେ ୩୧ ଜାମାଇକା ଜନ୍ମଗ୍ରହଣ କରିଥିଲେ। ସେ ଜୀବନରେ ଆଦୌ କ୍ରିକେଟ ଖେଳି ନ ଥିଲେ। ସ୍କୁଲରେ ପଢୁଥିବାବେେଳେ ସେ ଫୁଟବଲ୍‌ ଖେଳୁଥିଲେ। ତେଣୁ ଫୁଟବଲ ମ୍ୟାଚ୍‌ ରେଫରୀ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ।

Share