ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଆସନ୍ତୁ ଜାଣିବା ଦୁନିଆର ଏପରି ପାଞ୍ଚଟି ସ୍ଥାନ ବିଷୟରେ ଯେଉଁଠାରେ ଆପଣ ରାତି ହେବା ସମୟରେ ମଧ୍ୟ ସୂର୍ଯ୍ୟାଲୋକର ମଜା ଉଠାଇ ପାରିବେ।
୧- ନରୱେ
ଏହା ପାହାଡ଼ ଦ୍ୱାରା ପରିବେଷ୍ଟିତ। ଏହି ଦେଶରେ ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଖାପାଖି ୭୬ ଦିନ ସୂର୍ଯ୍ୟାସ୍ତ ହୁଏ ନାହିଁ। ଏହାକୁ ‘ଲ୍ୟାଣ୍ଡ ଅଫ୍‌ ଦି ମିଡ଼୍‌ନାଇଟ୍‌ ସନ୍‌’ ବୋଲି କୁହାଯାଏ।
୨- ଫିନ୍‌ଲ୍ୟାଣ୍ଡ
ଏଠାରେ ଆପଣ ଅଧରାତିରେ ମଧ୍ୟ ସୂର୍ଯ୍ୟଙ୍କର କିରଣର ଆନନ୍ଦ ନେଇ ପାରିବେ। ହଜାର ହଜାର ହ୍ରଦ ଓ ଆଇଲ୍ୟାଣ୍ଡରେ ଭରପୂର ଏହି ଦେଶ ବହୁତ ସୁନ୍ଦର ଓ ଆକର୍ଷକ ମଧ୍ୟ। ଗରମ ଦିନରେ ଏଠାରେ ପ୍ରାୟ ୭୬ ଦିନ ସୂର୍ଯ୍ୟଙ୍କର କିରଣ ସବୁ ସମୟରେ ଦେଖିବାକୁ ମିଳିଥାଏ।
୩- କାନାଡ଼ା
ଦୁନିଆର ଦ୍ୱିତୀୟ ବୃହତ୍‌ ଦେଶ ଯାହା ବରଫାବୃତ ହୋଇ ରହିଥାଏ। ଉତ୍ତର- ପଶ୍ଚିମ ଭାଗରେ ଗରମ ଦିନରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଲଗାତର ଦେଖା ଯାଇଥାନ୍ତି।
୪- ଅଲସ୍କା
ଏଠାରେ ମେ ମାସରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟାସ୍ତ ହୁଏ ନାହିଁ। ଏହି ଦେଶ ସୁନ୍ଦର ଗ୍ଲେସିୟର୍‌ ପାଇଁ ପରିଚିତ।
୫- ଆଇସ୍‌ଲ୍ୟାଣ୍ଡ୍‌
ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ଏହା ସବୁଠାରୁ ବଡ଼ ଆଇଲ୍ୟାଣ୍ଡ। ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟଙ୍କର କିରଣର ମଜା ଉଠାଇ ପାରିବେ। ଏଠାରେ ମେ ୧୦ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

Share