Categories: ଫୁରସତ

ବିଶ୍ୱର କିଛି ବିପଦସଙ୍କୁଳ ପୋଲ: ଯାହାକୁ ଅତିକ୍ରମ କରିବା ପୂର୍ବରୁ ଭାବିବେ ୧୦ ଥର

ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ବିଶ୍ୱରେ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ରହିଛି, ଯେଉଁଠାକୁ ଯିବା ପୂର୍ବରୁ ଜଣେ ଦଶ ଥର ଚିନ୍ତା କରିବ। ଲୋକଙ୍କୁ ଡରାଇବା ଲାଗି ଏଗୁଡ଼ିକ ନିର୍ମାଣ କରାଯାଇଛି ବୋଲି ମନେହୁଏ।

ଚାଇନାର ଜାହାଗିଞ୍ଜାଜିରେ ୧୦୦ ମିଟର ଲମ୍ବର ଏକ ପୋଲ ଅଛି, ଯାହା ସ୍ବଚ୍ଛ କାଚରେ ନିର୍ମାଣ କରାଯାଇଛି। ଏହି ପୋଲର ଦୁଇ ପାର୍ଶ୍ୱରେ ପାହାଡ଼ ରହିଥିବା ବେଳେ ପୋଲ ଉପରୁ ତଳକୁ ଚାହିଁଲେ ୩୦୦ ମିଟର ଗଭୀର ଖାଇ ଦେଖାଯାଇଥାଏ। ଏହି ପୋଲକୁ ଅତିକ୍ରମ କରିବାକୁ ଅନେକଙ୍କୁ ଡର ଲାଗିଥାଏ।

ସେହିପରି ଅନ୍ୟଏକ ବିପଦସଙ୍କୁଳ ପୋଲ ହେଉଛି ଜାପାନର ଏସିମା ଓହାସି। ଗାଡିଚଲାଇବାରେ ଦୁର୍ବଳ ଲୋକ ଏହି ପୋଲରେ ଯିବା ଉଚିତ ନୁହେଁ ବୋଲି କୁହାଯାଏ। କାରଣ ଦୁର୍ଘଟଣା ହେବା ନିଶ୍ଚିିତ।

ଫ୍ରାନ୍ସର ମିଲାଉ ବ୍ୟାଡକ୍ଟ ପୋଲ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପୋଲ। ଏହି ପୋଲରୁ ତଳକୁ ଚାହିଁଲେ ଷ୍ଟ୍ରୋକ ଆସିବାର ସମ୍ଭାବନା ଥାଏ।

ସେହିପରି ଅନ୍ୟ ଏକ ପୋଲ ହେଉଛି ଆମେରିକାର ସସ୍ପେନ୍‌ସିୟସ ପୋଲ। ଯାହାକୁ ଅତିକ୍ରମ କରିବାକୁ ୧୦ ଥର ଭାବିବାକୁ ପଡିଥାଏ।

Share