ବିଶ୍ୱର ନେତୃତ୍ୱ ନେଉଛି ଭାରତ

ଶୈଳେଶ କୁମାର ମାଲବ୍ୟ, ଡ. ଗିରିଶ ଚନ୍ଦ୍ର ଦାଶ

ଜଣେ ବାସ୍ତବ ନେତା କେବଳ ନେତୃତ୍ୱ ଦିଏ ନାହିଁ, ନେତୃତ୍ୱର ରାସ୍ତା ବାହାର କରେ ଓ ପଥପ୍ରଦର୍ଶକ ହୁଏ ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଏଭଳି ଜଣେ ନେତା ପାଇଛି, ଯିଏକି କେବଳ ମହାମାରୀର ସଂକଟ କ୍ଷଣରେ ସଫଳତାର ମାର୍ଗ ବାହାର କରୁନାହାନ୍ତି, ବରଂ ଲୋକଙ୍କ ପାଇଁ ଏକ କୋଭିଡ୍‌- ନିରାପଦ ଜୀବନ ଓ କୋଭିଡ୍‌ ଅନୁକୂଳ ଜୀବିକା ନିର୍ଦ୍ଧାରଣର ମାର୍ଗ ନିଶ୍ଚିତ କରୁଛନ୍ତି ା
ପ୍ରଧାନମନ୍ତ୍ରୀ ଏବେ ଭୂତାଣୁ ବିରୋଧରେ ତାଙ୍କର ଅଭିଯାନକୁ ଆହୁରି ଜୋର୍‌ଦାର କରିଛନ୍ତି ା ଏଥିପାଇଁ ଟିକାର ବିକାଶ ଓ ପ୍ରସ୍ତୁତି ପ୍ରକ୍ରିୟାକୁ ସେ ତ୍ୱରାନ୍ବିତ କରିବା କାର୍ଯ୍ୟରେ ହାତ ଦେଇଛନ୍ତି ା ଶାସନର ସର୍ବୋଚ୍ଚ ସ୍ଥାନରେ ବସି କେବଳ ନିର୍ଦ୍ଦେଶ ନ ଦେଇ ସେ ନିଜେ ନିକଟରେ ଅହମ୍ମଦାବାଦସ୍ଥିତ ଜାଇଡସ୍‌ ବାୟୋଟେକ୍‌ ପାର୍କ, ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଏବଂ ପୁଣେସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନ ପରିଦର୍ଶନ କରି ସେଠାରେ ଟିକା ବିକାଶ କାର୍ଯ୍ୟରେ ନିୟୋଜିତ ବୈଜ୍ଞାନିକ ସମୁଦାୟଙ୍କ ମନୋବଳକୁ ଦୃଢ଼ କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି ା କେବଳ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ଟିକା ଉପତ୍ାଦନ ନ କରି ପଡ଼ୋଶୀ ରାଷ୍ଟ୍ର ଓ ଅନ୍ୟ ଦେଶଗୁଡ଼ିକର ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଉଛନ୍ତି ା କରୋନା ବିରୋଧୀ ଟିକାକୁ ବିଶ୍ୱ ହିତରେ ନିୟୋଜିତ କରିବା ତାଙ୍କର ଏହି ଅଭିଯାନର ଉଦ୍ଦେଶ୍ୟ ା
ସ୍ବଦେଶୀ ଜ୍ଞାନକୌଶଳରେ ବିପୁଳ ଟିକା ଉପତ୍ାଦନକୁ ପ୍ରୋତ୍ସାହିତ କରିବା ସହ ଆନ୍ତର୍ଜାତିକ ଟିକା ଉପତ୍ାଦନ ପ୍ରକ୍ରିୟାରେ ଭାରତ ଯେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହା ଉପରେ ସେ ଗୁରୁତ୍ୱ ଦେଉଛନ୍ତି ା କରୋନା ବିରୋଧୀ ଟିକା ଓ ଔଷଧପତ୍ର ଉପତ୍ାଦନ ପାଇଁ ଆବଶ୍ୟକ ଭିିତ୍ତିଭୂମି ଏବଂ ସୁବିଧା ସୁଯୋଗ ସୃଷ୍ଟି କରିବା ସହିତ ଭାରତକୁ ସେ ଏ କ୍ଷେତ୍ରରେ ଏପରି ଏକ ସ୍ଥାନରେ ପହଞ୍ଚାଇଛନ୍ତି, ଯେଉଁଠି କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱ ଭାରତକୁ ଦୁନିଆର ଔଷଧାଳୟ ଭାବେ ମାନ୍ୟତା ପ୍ରଦାନ କରିଛି ା
ବିଶ୍ୱର ଏବେ ଯେଉଁ କେତେକ ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇଛି, ସେଥିରେ ଭାରତ ଅନ୍ୟତମ ା
ଏ କ୍ଷେତ୍ରରେ ନିରନ୍ତର କାର୍ଯ୍ୟକରି ଭାରତ ଏହି ସଫଳତା ହାସଲ କରିଛି ା ଗତ ସେପ୍ଟେମ୍ବର ମଧ୍ୟଭାଗରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସର୍ବୋଚ୍ଚସ୍ତରରେ ଥିଲା ଏବଂ ଦୈନିକ ସଂକ୍ରମଣ ସଂଖ୍ୟା ପ୍ରାୟ ୯୭୮୯୪ରେ ପହଞ୍ଚତ୍ଥିଲା ା
ନଭେମ୍ବର ୨୬ ସୁଦ୍ଧା ଏହି ସଂକ୍ରମଣ ସଂଖ୍ୟା ତଳମୁହାଁ ହୋଇ ପ୍ରାୟ ଅଧାକୁ ହ୍ରାସ ପାଇଛି ଏବଂ ଦୈନିକ ସଂକ୍ରମଣ ସଂଖ୍ୟା ୪୩୧୭୪ ରେକର୍ଡ କରାଯାଇଛି ା ଏପରିକି ୨୦୨୦ ନଭେମ୍ବର ୨୮ରେ ୧୦ ଲକ୍ଷ ଜନସଂଖ୍ୟାରେ ଭାରତ ଉଭୟ କରୋନା ସଂକ୍ରମଣ ଓ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ହିସାବରେ ବିଶ୍ୱର ଯେକୌଣସି ଦେଶଙ୍କଠାରୁ ଭଲ ସ୍ଥିତିରେ ଥିଲା ା ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର ୬୭୩୧ ା ଏହି ସମୟରେ ଆମେରିକାରେ ସଂକ୍ରମଣ ସଂଖ୍ୟା ୪୦ ହଜାର, ବ୍ରିଟେନ୍‌ରେ ୨୩୩୬୧, ଫ୍ରାନ୍ସରେ ୩୩୪୨୪, ବ୍ରାଜିଲ୍‌ରେ ୨୯୧୨୯ ଏବଂ ଇଟାଲୀରେ ୨୫୪୫୬ ଥିଲା ା ସେହିଭଳି କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ହିସାବକୁ ନେଲେ ଦେଖାଯାଏ, ଏହି ସମୟ ମଧ୍ୟରେ ଭାରତରେ ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୯୮ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଆମେରିକାରେ ଏହା ୮୧୩, ବ୍ରାଜିଲରେ ୮୦୫, ଫ୍ରାନ୍ସରେ ୭୮୦, ସ୍ପେନ୍‌ରେ ୯୫୫, ବ୍ରିଟେନ୍‌ରେ ୮୪୬ ଏବଂ ଇଟାଲୀରେ ୮୮୮ ା ଏସବୁ ଦେଶରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭାରତଠାରୁ ଅଧିକ ଭଲ ଥିବା ସତ୍ତ୍ୱେ ସେଠାରେ ଭୂତାଣୁ ସଂକ୍ରମଣର ଭୟାବହତାକୁ ରୋକିବାରେ ସଂପୃକ୍ତ ଦେଶଗୁଡ଼ିକ ଭାରତଠାରୁ ପଛରେ ରହିଛନ୍ତି ା
କରୋନା ମହାମାରୀର ମୁକାବିଲା କରିବାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆନୁଷ୍ଠାନିକ ସ୍ତରରେ ପଦକ୍ଷେପ ନେବାରେ ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଥିଲା ା ୨୦୨୦ ଜାନୁୟାରୀ ୭ରେ ଚାଇନା ସରକାର ଉହାନ ଭୂତାଣୁ (କରୋନା-୧୯) ସଂକ୍ରମଣ ସଂପର୍କରେ ସମଗ୍ର ବିଶ୍ୱକୁ ଅବଗତ କରାଇବାର ଦିନକ ପରେ ଏହି ଆହ୍ବାନର ମୁକାବିଲା କରିବା ପାଇଁ ଭାରତ ଏକ ମିଶନସ୍ତରୀୟ ବୈଠକ ଡକାଇଥିଲା ା
ଭାରତ ମଧ୍ୟ ବଛାବଛା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ ଦେଶ ଭାବରେ ଜାନୁୟାରୀ ୧୭ରୁ ଯାତ୍ରୀମାନଙ୍କର ସ୍କ୍ରିନିଂ ଆରମ୍ଭ କରିବା ସହ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଓ ଆରଟି-ପିସିଆର ପରୀକ୍ଷା ଆରମ୍ଭ କରିଥିଲା ା ସେହିଭଳି ଭାରତ ମଧ୍ୟ ଏପ୍ରିଲ ମାସରୁ ଜନସାଧାରଣଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ମାସ୍କ ପିନ୍ଧିବା ଅଭିଯାନର ନେତୃତ୍ୱ ନେଇଥିଲେ, କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସେଯାଏଁ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱ ଦେଇ ନ ଥିଲା ା ଏହି ସଂଗଠନ ପକ୍ଷରୁ ଜୁନ୍‌ରେ ଭୂତାଣୁ ନିରୋଧ ପାଇଁ ମାସ୍କ ପିନ୍ଧିବାକୁ ସମଗ୍ର ବିଶ୍ୱ ପାଇଁ ଲାଗୁ କରାଯାଇଥିଲା ା
ଜଣେ ଦୂରଦ୍ରଷ୍ଟା ଜନନେତା ହିସାବରେ ପ୍ରଧାନମନ୍ତ୍ରୀ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ତୁରନ୍ତ ଲାଗୁ କରିବା ପରିବର୍ତ୍ତେ ଏ ସଂପର୍କରେ ଲୋକଙ୍କ ମତାମତ ଆକଳନ କରିବା ପାଇଁ ଜନତା କର୍ଫ୍ୟୁ ଭଳି ଏକ ଅଭିନବ ମାର୍ଗର ଆଶ୍ରୟ ନେଇଥିଲେ ା ଏହାର ଉଦ୍ଦେଶ୍ୟ ଥିଲା, ଲୋକେ ନିଜେ ମହାମାରୀ ସଂପର୍କରେ ସଚେତନ ହୋଇ ସଂକ୍ରମଣ ବିରୋଧରେ ସତର୍କ ରୁହନ୍ତୁ ା ଜନତା କର୍ଫ୍ୟୁକୁ ବିପୁଳ ଜନସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ୨୦୨୦ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ସଂପୂର୍ଣ୍ଣ ଲକ୍‌ଡାଉନ ଲାଗୁ କରିଥିଲେ। ସେତେବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର ୫୦୦। ଉଭୟ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ ା ଯେଉଁ ଲକ୍‌ଡାଉନ ଜାରି କରାଯାଇଥିଲା, ତାହା କେବଳ ଭୂତାଣୁ ସଂକ୍ରମଣ ପ୍ରକ୍ରିୟାକୁ ପ୍ରତିହତ କରିବାକୁ ଉଦ୍ଦିଷ୍ଟ ନ ଥିଲା ା ଲକ୍‌ଡାଉନ ସମୟକୁ ସରକାର ବ୍ୟବହାର କରି ଆକ୍ରାନ୍ତମାନଙ୍କ ଚିକିତ୍ସା ଓ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସ୍ବାସ୍ଥ୍ୟ ଭିିତ୍ତିଭୂମି ସୃଷ୍ଟି କରିବାରେ ନିୟୋଜିତ କରିଥିଲେ ା
କେବଳ ଲକ୍‌ଡାଉନ ସମୟରେ ଦେଶରେ ୧୫୩୬୨ କରୋନା ଚିକିତ୍ସା ଓ ସ୍ବାସ୍ଥ୍ୟ ଭିିତ୍ତିଭୂମି ସୃଷ୍ଟି ହୋଇଥିଲା ା ଏହି ସମୟରେ ଦେଶରେ ୧୫.୪୦ ଲକ୍ଷ ଆଇସୋଲେସନ ବେଡ୍‌, ୨.୭୦ ଲକ୍ଷ ଅକ୍ସିଜେନ ସୁବିଧା ଥିବା ବେଡ୍‌ ଏବଂ ୭୮ ହଜାର ଆଇସିୟୁ ବେଡ୍‌ ସୁବିଧା ସୃଷ୍ଟି କରାଯାଇଥିଲା ା କରୋନାଜନିତ ଜରୁରୀ ସ୍ବାସ୍ଥ୍ୟ ଆବଶ୍ୟକତା ପୂରଣ ପାଇଁ ସରକାର ଏସବୁ ସୁବିଧା କରିବାରେ ସମର୍ଥ ହୋଇଥିଲେ ା ଏହା ବ୍ୟତୀତ ସରକାର ବିଭିନ୍ନ ରାଜ୍ୟ ସରକାରଗୁଡିକୁ ୩୨ ହଜାର ଭେଣ୍ଟିଲେଟର, ୩.୭୦ କୋଟି ଏନ୍‌-୯୫ ମାସ୍କ ଏବଂ ୧.୬୦ କୋଟି ପିପିଇ କିଟ୍‌ ଯୋଗାଇ ଦେଇଥିଲେ ା
ମହାମାରୀ ଆରମ୍ଭର ପ୍ରାରମ୍ଭିକ କାଳରେ ସରକାର ବେଶ୍‌ ଆଗୁଆ ଭାବେ ତପତ୍ରତାର ସହିତ ଏହି ବ୍ୟାଧିର ସଂକ୍ରମଣ ଓ ମୁକାବିଲା ସଂପର୍କରେ ଆଲୋଚନା କରିବା ପାଇଁ ଏକାଧିକ କ୍ୟାବିନେଟ୍‌ ବୈଠକ ଡାକିଥିଲେ ା ଯଥେଷ୍ଟ ଆଗରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ମହାମାରୀର ସ୍ଥିତି, ଏହାର ମୁକାବିଲା, ଚିକିତ୍ସା ସୁବିଧା, ତଦାରଖ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିଷୟରେ ନିରନ୍ତର ଆଲୋଚନା କରାଯାଇଥିଲା ା
କରୋନା ମହାମାରୀର ସ୍ବଭାବ ଓ ପ୍ରଭାବ ଅତ୍ୟନ୍ତ ଭୟାନକ ଥିଲା। ଲୋକଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିବା ସହ ଏହା ଦେଶର ସମଗ୍ର ଅର୍ଥନୀତି ଉପରେ ଏକ କଳାବାଦଲ ଢାଙ୍କି ଦେଇଥିଲା ା ତେବେ ମହାମାରୀ ରୋକିବା ପାଇଁ ସରକାର ଯେତେବେଳେ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ଏବଂ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଲା, ତାହାର ପ୍ରଭାବ ଗରିବ ଲୋକଙ୍କ ଉପରେ ଯେପରି ନ ପଡ଼େ, ସେଥିପାଇଁ ସରକାର ଯଥେଷ୍ଟ ଆଗରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲେ ା ମୋଦି ସରକାର ତୁରନ୍ତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଘୋଷଣା କରି ମହିଳା, ଗରିବ, ବରିଷ୍ଠ ନାଗରିକ ଏବଂ ଚାଷୀମାନଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ତଥା ନଗଦ ଅର୍ଥ ସହାୟତା ଯୋଗାଣ ନିଶ୍ଚିତ କଲେ ା
ଏହା ଫଳରେ ପ୍ରାୟ ୪୨ କୋଟି ଗରିବ ଲୋକଙ୍କୁ ଯେଉଁ ଅର୍ଥ ଓ ଖାଦ୍ୟ ଯୋଗାଇ ଦିଆଗଲା, ତାହାର ମୂଲ୍ୟ ଥିଲା ୬୮୮୨୦ କୋଟି ଟଙ୍କା ା ସେହିଭଳି ପିଏମ୍‌ କିଷାନ ଯୋଜନାରେ ଦେଶର ୯ କୋଟି ଚାଷୀଙ୍କୁ ୧୭୮୯୧ କୋଟି ଟଙ୍କାର ସହାୟତା, ୨୦ କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ୩୧ ହଜାର କୋଟି ଟଙ୍କା, ୨.୮୧ କୋଟି ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ବାବଦରେ ୨୮୧୪.୫୦ କୋଟି ଟଙ୍କା ତଥା ୧.୮୨ କୋଟି ନିର୍ମାଣ ଶ୍ରମିକଙ୍କୁ ୪୯୮୭.୧୮ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା। ସେହିଭଳି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ପ୍ରାୟ ୮୦ କୋଟି ଲୋକ ନଭେମ୍ବର ପର୍ଯ୍ୟନ୍ତ ମାସକୁ ମାସ ଖାଦ୍ୟଶସ୍ୟ ଓ ଡାଲି ବିନାମୂଲ୍ୟରେ ପାଇଥିଲେ ା
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଥିଲା ‘ଜାନ୍‌ ହୈ ତୋ ଜାହାନ୍‌ ହୈ’, ଅର୍ଥାତ୍‌ ମହାମାରୀରୁ ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ‘ଜାନ୍‌ ଭି, ଜାହାନ୍‌ ଭି’, ଅର୍ଥାତ୍‌ ଲୋକଙ୍କୁ ଦାରିଦ୍ର୍ୟରୁ ରକ୍ଷାକରିବା ା
ଏହା ସତ୍ତ୍ୱେ ଏହି ଭୟଙ୍କର ମହାମାରୀ ଦ୍ୱାରା ଭାରତ ପ୍ରଭାବିତ ହୋଇଛି ା ଅର୍ଥନୀତି ଓ ଜନଜୀବନ ଉପରେ ଏହାର ପ୍ରଭାବ ପଡ଼ିଛି ା ଏସବୁ ସତ୍ତ୍ୱେ ଏକ ମହାମାରୀର ସଫଳ ମୁକାବିଲା ଏବଂ ଏକ ଦୁଃସମୟରେ ଲୋକଙ୍କ ପାଖରେ ଛିଡ଼ା ହୋଇ ସରକାର ତାଙ୍କର ଅଙ୍ଗୀକୃତ ନେତୃତ୍ୱକୁ ପ୍ରମାଣିତ କରିଆସିଛନ୍ତି ା
କରୋନାମୁକ୍ତ ଏକ ବିଶ୍ୱ ଗଠନ ଦିଗରେ ଯେଉଁ ଉଦ୍ୟମ ଚାଲିଛି, ତାହାର ସଫଳତା ଟିକା ଉପରେ ବିଶେଷ ନିର୍ଭର କରୁଛି ା ଏହି ସମ୍ଭାବନା ମଧ୍ୟ ଦୂର ଦିଗ୍‌ବଳୟରେ ପ୍ରାୟତଃ ଦୃଶ୍ୟମାନ ହେଲାଣି ା ଖୁବ୍‌ଶୀଘ୍ର ଟିକା ଆସିଯିବ ବୋଲି ଆଶା କରାଯାଉଛି ା ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଟିକା ପରୀକ୍ଷଣ ଓ ପ୍ରସ୍ତୁତୀକରଣ କାର୍ଯ୍ୟ ଚାଲିଥିବା ଦେଶର ୩ଟି ନଗର ପରିଦର୍ଶନରୁ ଏହି ବାର୍ତ୍ତାଟି ଅବଶ୍ୟ ସୂଚିତ ହେଉଛି ା
(ଶ୍ରୀ ମାଲବ୍ୟ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଡ. ଦାଶ ଉପ-ନିର୍ଦ୍ଦେଶକ)


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri