ବେଜିଂ: କ୍ଲୋନିଂ ପଦ୍ଧତି ବ୍ୟବହାର କରି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି ଚାଇନା। ବେଜିଂର ଏକ ଜିନ୍ ଫାର୍ମ ଜୁନ୍ ୧୦ରେ କ୍ଲୋନିଂ ଜରିଆରେ ଏକ ଗଧିଆ ଛୁଆକୁ ଜନ୍ମ ଦେଇଛି। ତା’ର ନାମ ମାୟା ରଖାଯାଇଛି। ମାଈ ଗଧିଆର ଚର୍ମରୁ ଶାବକର ଡୋନର୍ ସେଲ୍ ଆସିଥିବାବେଳେ ଏହାର ଉସାଇଟ୍ (ଡିମ୍ବାଣୁ ଜନନ କୋଷିକା) ଏକ ମାଈ କୁକୁରଠାରୁ ସଂଗ୍ରହ କରାଯାଇଛି। ମାୟାର ସରୋଗେଟ ମଦର ଏକ ବିଗଲ୍ ପ୍ରଜାତୀ କୁକୁର।