Categories: ଫୁରସତ

ବିଶ୍ୱର ପ୍ରଥମ ଦାଢି ଥିବା କନ୍ୟା!

ହରମାନ କୌରଙ୍କୁ ବିଶ୍ୱର ପ୍ରଥମ ଦାଢିଥିବା କନ୍ୟା ବୋଲି କୁହାଯାଏ । ପ୍ରକୃତରେ ସେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ୍ସରେ ପୀଡ଼ିତ କାରଣରୁ ତାଙ୍କ ଶରୀରରେ ଅଧିକ କେଶ ଉଠିଥିବା କୁହନ୍ତି ଡାକ୍ତର । ଏଥିପାଇଁ ପ୍ରଥମେ ପ୍ରଥମେ ହରମାନ ଚିନ୍ତା କରୁଥିବା ବେଳେ ଏବେ କିନ୍ତୁ ସେ ଏହାକୁ ନେଇ ଏତେଟା ଚିନ୍ତା କରୁ ନାହନ୍ତି । ମାତ୍ର ୧୧ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଶରୀରରେ ଏଭଳି ଅସ୍ୱାଭାବିକ କେଶ ଉଠିଥିବା ଦେଖାଯାଇଥିଲା । ଏହାର ଚିକିତ୍ସା ମଧ୍ୟ ସେ କରିଥିଲେ ହେଲେ କୌଣସି ସୁଫଳ ମିଳି ନ ଥିଲା । ସେ ଯେହେତୁ ଶିଖ୍ ପରିବାରର କନ୍ୟା ତେଣୁ ସେ ପୁଅମାନଙ୍କ ଭଳି ପଗଡି ବାନ୍ଧିବା ସହ ଦାଢି ରଖିବାକୁ ଆରମ୍ଭ କରିଥିଲେ । ତାଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ବ୍ରାଇଡାଲ ଫଟୋ ଶୁଟ୍ କରି ଆସିଥିଲେ ଚର୍ଚ୍ଚାକୁ । ପ୍ରଥମ ଦାଢିଥିବା କନ୍ୟାଙ୍କର ବ୍ରାଇଡାଲ ଫଟୋ ଶୁଟ୍‌କୁ ଦେଖିବାକୁ ଅନେକ ଲୋକ ଆ୍ରଗହ ପ୍ରକାଶ ବି କରିଥିଲେ । ଏଥିରେ ତାଙ୍କ ଦାଢିକୁ ଜଙ୍ଗଲି ଫୁଲରେ ସଜା ଯାଇଥିବା କୁହାଯାଏ । ତେବେ ପୁଅମାନଙ୍କ ଭଳି ତାଙ୍କ ଶରୀରରେ ନିଶ ଦାଢି ଉଠୁଥିବାରୁ ଏଥିପାଇଁ ଅନେକେ ତାଙ୍କୁ ଟାହି ଟାପରା ବି କରୁଥିଲେ । ଆଉ ଏହାକୁ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା ପାଇଁ ବି ଉଦ୍ୟମ କରିଥିଲେ । ହେଲେ ଏବେ ସେ ସାଧାରଣ ଜୀବନ ବିତାଉଥିବା କୁହାଯାଏ । ପ୍ରାୟ ୫ ବର୍ଷ ତଳେ ତାଙ୍କର ଫଟୋ ଶୁଟ୍ କରିଥିବା ଲାଉସିଆ କୋଲଥ୍ରସ କୁହନ୍ତି ସେ ପ୍ରଥମେ ଯେତେବେଳେ ହରନାମଙ୍କ ପୋଟ୍ରେଟ ଦେଖିଥିଲେ ସେତେବେଳେ ସେ ହରମାନଙ୍କ ଫଟୋ ଶୁଟ୍ କରିବାକୁ ଚିନ୍ତା କରି ତାଙ୍କୁ ପ୍ରସ୍ତାବ ଦେଇଥିଲେ ଓ ସେଥିରେ ସେ ରାଜି ହୋଇ ଯାଇଥିଲେ ।

Share