Categories: ଫୁରସତ

ବିଶ୍ୱର ଭୟଙ୍କର ଜୀବ, ଛୁଇଁଲେ ହୋଇଯିବ ମୃତ୍ୟୁ

ବିଶ୍ୱରେ ଏମିତି କିଛି ଜୀବ ଅଛନ୍ତି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ମାତ୍ର ଘାତକ ସଦୃଶ। ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ କେବଳ ସାବଧାନ କରାଇ ଦେଉଛୁ। ଏମିତି ଏକ ଜୀବ ଅଛି, ଯାହାକୁ ଛୁଇଁବା ମାତ୍ରେ ମୃତ୍ୟୁ ଘଟିବ। ଏହାର ନାଁ ‘ଷ୍ଟୋନ୍‌ ଫିଶ୍‌’। ପଥର ପରି ଦେଖିବାକୁ ଏହି ମାଛକୁ ଛୁଇଁଲେ ମୃତ୍ୟୁ ସୁନିଶ୍ଚିତ। ଏଥିପାଇଁ ସମୁଦ୍ର କୂଳରେ ଚେତାବନୀ ଲେଖାଯାଇଛି, ଯଦି ଏପରି ଜୀବକୁ ଦେଖୁଛନ୍ତି ତେବେ ସଙ୍ଗେ ସଙ୍ଗେ ସ୍ଥାନ ଛାଡ଼ି ଚାଲିଯାଆନ୍ତୁ।

ଏହି ବିଷାକ୍ତ ଜୀବ ମକର ରେଖାର ଆଖପାଖରେ ଦେଖିବାକୁ ମିଳେ। ଏହି ମାଛ ଅବିକଳ ଦେଖିବାକୁ ପଥର ପରି। ତେଣୁ ଲୋକେ ସହଜରେ ଜାଣିପାରନ୍ତି ନାହିଁ ଏହା ମାଛ ନା ପଥର। ଏହି ମାଛ ଉପରେ ପଥର ଭାବି ଯଦି ଗୋଡ଼ ରଖିଦେଲେ ତେବେ କଥା ସରିଲା। ଏହା ପାଟିରୁ ନିରୋଟକ୍ସିନ୍‌ ନାମକ ବିଷାକ୍ତ ପଦାର୍ଥ ବାହାରିଥାଏ। ଯାହା ଜୀବନ ନେଇ ଯାଇଥାଏ। ଏହି ମାଛ ଅନ୍ୟ ମାଛଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାକୁ ଛୁଇଁଦେଲେ ମାତ୍ର ୫ ସେକେଣ୍ଡ୍‌ରେ ଜୀବନ ଚାଲିଯିବ। ଏହି ମାଛର ଗୋଟିଏ ବୁନ୍ଦା ବିଷ ଯଦି ପାଣିରେ ମିଶାଯାଏ ତେବେ ସାରା ସହରବାସୀଙ୍କ ଜୀବନ ଚାଲିଯିବ। ତେଣୁ ସମୁଦ୍ରକୂଳକୁ ବୁଲିବାକୁ ଯାଉଥିଲେ ଏପରି ମାଛ ପ୍ରତି ଧ୍ୟାନ ଦେବେ।

Share