Categories: ଫୁରସତ

ବିଶ୍ୱର ରହସ୍ୟମୟ ସ୍ଥାନ : ଯେଉଁଠି ଏଲିଅନ୍‌ଙ୍କୁ ବନ୍ଧନ ରଖାଯାଇଛି, ମୁକ୍ତ କରିବାକୁ ଯାଉଛି ଏହି କମ୍ପାନୀ

ବିଶ୍ୱରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି, ଯାହା ସମ୍ପର୍କରେ ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି। ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ‘ଏରିଆ ୫୧’। ନାଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା? ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ସମ୍ପର୍କରେ…


ଆମେରିକାର ନେଭେଡାସ୍ଥିତ ‘ଏରିଆ ୫୧’କୁ ବିଶ୍ୱର ସବୁଠୁ ରହସ୍ୟମୟ ସ୍ଥାନ ଭାବେ ଗଣନା କରାଯାଏ। ବର୍ତ୍ତମାନ ଏହି ସ୍ଥାନ ଚର୍ଚ୍ଚିତ ହୋଇଛି। କାରଣ ଇମରସିଭ୍‌ ଏଣ୍ଟରଟେନ୍‌ମେଣ୍ଟ ନାମକ ଏକ କମ୍ପାନୀ ଏହି ଜାଗା ଉପରେ ମୋହର ମାରିବାକୁ ଘୋଷଣା କରିଛି। କମ୍ପାନୀର କହିବା ଅନୁସାରେ, ଏଠାରେ ଏଲିଏନ୍‌ ଦେଖିବାକୁ ମିଳିବ। ଖାଲି ଏତିକି ନୁହେଁ, ଏହାର ଲାଇଭ୍‌ ଶୋ’ ସୋସିଆଲ ମିଡିଆରେ ସିଧା ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ଦାବି ‘ଏରିଆ ୫୧’ରେ ଏଲିଅନଙ୍କୁ ବନ୍ଧନ କରି ରଖାଯାଇଛି। ଯାହାକୁ ସେ ମୁକ୍ତ କରିବ।


ଏକ ରିପୋର୍ଟ ଅନୁଯାୟୀ, ଏଠାକୁ ଏଲିଅନ୍‌ ଦେଖିବାକୁ ଯିବା ପାଇଁ ଲୋକମାନେ ମଧ୍ୟ ଏକଜୁଟ୍‌ ହେଉଛନ୍ତି। ଏହି ସ୍ଥାନରେ ଆମେରିକାର ଏୟାର ଫୋର୍ସ ବେସ୍‌ ରହିଛି। କିନ୍ତୁ ପ୍ରକୃତରେ ଏହା ଭିତରେ କ’ଣ ହେଉଛି, ତାହା ସମ୍ପୂର୍ଣ୍ଣ ଗୁପ୍ତ। ଏଠାରେ ସିସିଟିଭି, ସଶସ୍ତ୍ର ଗାର୍ଡଙ୍କ ଦ୍ୱାରା କଡ଼ା ନଜର ରଖାଯାଇଛି। ଏହି ସ୍ଥାନରେ ବିମାନ ଉଡ଼ାଣରେ ପ୍ରତିବନ୍ଧକ ମଧ୍ୟ ରହିଛି। ‘ଏରିଆ ୫୧’ କୁ ନେଇ କିଛି ଲୋକ ଦାବି କରନ୍ତି, ଏହାର ଆଖପାଖରେ ୟୁଏଫ୍‌ଓକୁ ଦେଖିଛନ୍ତି। ଏହାକୁ ଏଲିଅନ୍‌ ଅପହରଣ କରି ନେଇ ପୁଣି ପୃଥିବୀ ପୃଷ୍ଠରେ ଛାଡ଼ି ଦେଇଥାନ୍ତି। ତେଣୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଉକ୍ତ କମ୍ପାନୀ ପ୍ରସ୍ତୁତ ହେଉଥିବା କହିଛି।

Share