Categories: ଜାତୀୟ

ବିଶ୍ୱର ସବୁଠାରୁ ଉଚ୍ଚ ପୋଲିଂ ବୁଥ୍‌ରେ ହୋଇଛି ୧୪୩ ପ୍ରତିଶତ ମତଦାନ

ଶିମ୍‌ଲା,୨୦।୫: ଅବିଶ୍ୱାସ ଲାଗୁଥିଲେ ବି ସତ। ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ତାସିଗାଙ୍ଗ ଗାଁରେ ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ୧୪୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏହାସହ ସମସ୍ତ ମତ ଠିକ୍‌ ବୋଲି ମଧ୍ୟ ଜଣାପଡିଛି। ସ୍ପିତି ଘାଟିର ତାସିଗାଙ୍ଗରେ ଥିବା ସବୁଠାରୁ ଛୋଟ ପୋଲିଂ ବୁଥ୍‌ ‘କା’ରେ ମଧ୍ୟ ୮୧.୨୫ ପ୍ରତିଶତ ମତଦାନ ହୋଇଛି। ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୧୬ ହୋଇଥିବା ବେଳେ ସେଥିମଧ୍ୟରୁ ୧୩ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି। ତାସିଗାଙ୍ଗ ଭୋଟର ଲିଷ୍ଟରେ ମୋଟ ୪୯ ପଞ୍ଜିକୃତ ଭୋଟର ଥିବା ବେଳେ ୭୦ ଜଣ ଭୋଟ ଦେଇଥିବା କାଜା ସବ୍‌ଡିଭିଜନ୍‌ ମାଜିଷ୍ଟ୍ରେଟ୍‌ ଜୀବନ ନେଗି ସୂଚନା ଦେଇଛନ୍ତି। ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୩୬ ଜଣ ଗ୍ରାମୀଣ ଏଠାରେ ଭୋଟ ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲେ ୨୧ ପୁରୁଷ ୧୫ ମହିଳା। ହେଲେ ନିର୍ବାଚନ ଅଧିକାରୀଙ୍କ ମଧ୍ୟରୁ ଅନେକେ ଏହି ସର୍ବୋଚ୍ଚ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବାରୁ ଏହାର ପ୍ରତିଶତ ଅବିଶ୍ୱନୀୟ ଭାବେ ବଢିଯାଇଥିବା ପ୍ରକାଶ।

Share