ସାଧାରଣତଃ ଘୋଡ଼ାର ୪ କିମ୍ବା ୫ ଫୁଟ୍ ଉଚ୍ଚତା ହୋଇଥାଏ, ଏହା ଆପଣ ନିଶ୍ଚେ ଦେଖିଥିବେ। ମାତ୍ର ପୋଲାଣ୍ଡରେ ଏପରି ଏକ ଘୋଡ଼ା ଅଛି ଯାହା ବିଶ୍ୱର ସବୁଠୁ ଛୋଟ ଘୋଡ଼ା ଭାବେ ଜଣାଶୁଣା । ବୋମ୍ବେଲ ନାମକ ଏହି ଘୋଡ଼ାଟି ନିଜର ଉଚ୍ଚତା ଲାଗି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ଛୋଟ ଘୋଡା ୫୬.୭ ସେଣ୍ଟିମିଟର ଲମ୍ବ ଓ ଏହାର ଉଚ୍ଚତା ୧ ଫୁଟ ୧୦ ଇଞ୍ଚ, ଯାହାକି ଏକ ଗଧର ଉଚ୍ଚତାଠାରୁ ମଧ୍ୟ କମ୍। କାସ୍କଡା ଫାର୍ମହାଉସରେ ରହୁଥିବା ଏହି ଘୋଡା ବଡ଼ ଘୋଡାଙ୍କ ସହିତ ମିଶି ରହିଥାଏ।
ଘୋଡା ମାଲିକ ପାଇଟ୍ରିଟକ୍ ଓ କେଟରଜେନଙ୍କ କହିବା ଅନୁଯାୟୀ, ୨୦୧୪ରେ ଯେତେବେଳେ ସେ ଏହି ଘୋଡାକୁ ଦେଖିଥିଲେ ସେ ୨ ମାସର ହୋଇଥିଲା। ସେହି ସମୟରେ ତାଙ୍କୁ ଲାଗିଥିଲା ଘୋଡାର କୌଣସି ସମସ୍ୟା ରହିଛି। ପରେ ସେମାନେ ଏହି ଘୋଡାଟି ବଢ଼ୁ ନ ଥିବା ଜାଣିବାକୁ ପାଇଥିଲେ।
ତେବେ ବିଶ୍ୱର ସବୁଠୁ ଛୋଟ ଘୋଡା ଥିଲା ଥମ୍ବିଲିନା। ଯାହାର ଲମ୍ବ ୪୪.୫ ସେଣ୍ଟିମିଟର ଓ ଉଚ୍ଚତା ୧ ଫୁଟ ୫ ଇଞ୍ଚ ଥିଲା। ୨୦୧୮ରେ ଏହି ଘୋଡାର ମୃତ୍ୟୁ ଘଟିଛି। ଏହା ପରେ ଏବେ ବୋମ୍ବେଲ ଉକ୍ତ ସ୍ଥାନ ଗ୍ରହଣ କରିଛି।
Meet the miniature Appaloosa from Poland who has strutted his way into #GWR2020! https://t.co/cUoVrCsuTw pic.twitter.com/nreMt3S7m5
— GuinnessWorldRecords (@GWR) September 7, 2019