ବିଶ୍ୱର ସବୁଠାରୁ ବୟସ୍କ ପୁରୁଷ

ନୂଆଦିଲ୍ଲୀ: ବୟସ ବଢ଼ିବା ସହ ରୋଗ ଏବଂ ଦୁଃଖ ମଧ୍ୟ ବଢ଼ିଚାଲେ। ତେଣୁ ଗୋଡ଼ ହାତ ଚାଲି ସଂସାରରୁ ବିଦାୟ ନେବାକୁ ସମନ୍ତେ ଚାହାନ୍ତି। ହେଲେ ଜୀବନ ଉପରେ କାହାର ବା ଜୋର୍‌। ଯାହାର ଯେତିକି ଦିନ ଆୟୁଷ, ସେ ସେତିକି ଦିନ ନିଶ୍ଚୟ ବଞ୍ଚିବେ। ହେଲେ ଜାପାନରେ ଜଣେ ବୃଦ୍ଧ ୧୧୨ ବର୍ଷ ବୟସରେ ମଧ୍ୟ ଜୀବିତ ଥିବା ଜଣାପଡ଼ିଛି। ଏଥିପାଇଁ ସେ ବିଶ୍ୱର ସବୁଠାରୁ ବୟସ୍କ ପୁରୁଷଭାବେ ସମ୍ମାନଜନକ ଗିନିଜ୍‌ ବୁକ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ଜାପାନ୍‌ର ଚିତେତ୍‌ସୁ ଓ୍ବାତାନାବେ। ୧୯୦୭ରେ ଉତ୍ତର ଜାପାନ୍‌ର ନିଗାଟାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏବେ ଏକ ନର୍ସିଂହୋମ୍‌ରେ ଥିବାବେଳେ ଦୀର୍ଘଜୀବନ ଜିଇବାର ସଫଳତା ପାଇଁ ତାଙ୍କୁ ଗିନିଜ୍‌ ବୁକ୍‌ ରେକର୍ଡ ପକ୍ଷରୁ ପ୍ରମାଣପତ୍ର ଦିଆଯାଇଛି। ପ୍ରକାଶ ଯେ, ଚିତେତ୍‌ସୁ କୃଷି ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବାବେଳେ ତାଇଓ୍ବାନ୍‌ ଚାଲିଯାଇଥିଲେ। ସେଠାରେ ୧୮ ବର୍ଷ ରହିବା ପରେ ବିବାହ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ନିଗାଟା ଫେରିଥିଲେ ଏବଂ ସେଠାରେ ସରକାରୀ ଚାକିରି ମଧ୍ୟ କରୁଥିଲେ। ନିଜର ଫାର୍ମରେ ଫଳ ଏବଂ ପନିପରିବା ଚାଷ ସହ ପାରମ୍ପରିକ ଚିତ୍ରକଳାରେ ମଧ୍ୟ ତାଙ୍କର ରୁଚି ରହିଥିଲା। ୨ଟି ବିଶ୍ୱଯୁଦ୍ଧ ଦେଖିଥିବା ବୃଦ୍ଧଙ୍କ ୫ ସନ୍ତାନ, ୧୨ ନାତୁଣୀ ନାତିି, ୧୬ ପଣ ନାତୁଣୀ ନାତି ଏବଂ ଜଣେ ପଣ-ପଣନାତି ଥିବା ଜଣାପଡ଼ିଛି। ଏବେ ବୟସାଧିକ୍ୟ ଯୋଗୁ ସେ କଷ୍ଟାର୍ଡ, କ୍ରିମ୍‌ ପଫ୍‌ ଆଦି ଖାଇବାକୁ ପସନ୍ଦ କରୁଥିବା ଜଣାପଡ଼ିଛି। ତେବେ ଦୀର୍ଘ ବର୍ଷ ଜିଇବା ପଛର ରହସ୍ୟ ନେଇ ସେ କୁହନ୍ତି, ରାଗ ଛାଡ଼ି ସବୁବେଳେ ହସନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri