ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନ: ମାଟିତଳେ ରହିଛି ୬୦ଲକ୍ଷ ଖପୁରି

ବିଶ୍ୱରେ ଏମିତି ସ୍ଥାନ ଅଛି ଯେଉଁଠିକି ଯିବାକୁ ଦିନରେ ମଧ୍ୟ ଭୟ ଲାଗିବ। ଆଉ ଏମିତି ବି କିଛି ସ୍ଥାନ ରହିଛି ଯାହାକୁ ଦେଖିଲେ ବା ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଫ୍ରାନ୍ସର ପ୍ୟାରିସଠାରେ ରହିଛି ଏମିତି ଏକ ସ୍ଥାନ। ଯାହା ମୃତବ୍ୟକ୍ତିଙ୍କ ସମାଧି ସ୍ଥଳ ଭାବେ ପରିଚିତ। ଭୂପୃଷ୍ଠରୁ ମାତ୍ର ୨୦୦ ମିଟର ଗଭୀରତାରେ ପାଖାପାଖି ୬୦ ଲକ୍ଷ ମୃତ ବ୍ୟକ୍ତିଙ୍କ ହାଡକଙ୍କାଳ ଓ ଖପୁରି ରହିଛି। ସବୁଠାରୁ ରୋଚକ ତଥ୍ୟ ହେଉଛି ଏହିସବୁ ହାଡକଙ୍କାଳ ଓ ଖପୁରିକୁ ଏକାଠି କରି ୨ କିଲୋମିଟର ପର୍ଯ୍ୟନ୍ତ ପାଚେରି ନିର୍ମାଣ କରାଯାଇଛି। ଏହା ଫ୍ରାନ୍ସର କାଟା କମ୍ବସ୍‌ ନାମରେ ପରିଚିତ। କୁହାଯାଏ ୧୭୮୫ରେ ଏଠାରେ ସ୍ଥାନର ଅଭାବ ଯୋଗୁ ଅନେକ ଗୁଡିଏ ମୃତ ଶରୀରକୁ ଏକାଠି କରି ମାତ୍ର ୨ଶହ ମିଟର ଗଭୀରତାରେ ପୋତି ଦିଆଯାଉଥିଲା। ଏହାର ଲମ୍ବ ଥିଲା ୨ଶହ ମିଟର। ପ୍ରଥମେ ପ୍ରଥମେ ଲୋକେ ଏଠାକୁ ଯିବାକୁ ଭୟ କରୁଥିବା ବେଳ ୨୦୦୮ରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ଏପର୍ଯ୍ୟନ୍ତ ଏଠାକୁ ୪ କୋଟି ଲୋକ ଭ୍ରମଣରେ ଆସିଥିବା କୁହାଯାଏ। ଏଆର୍‌ବିଏନ୍‌ବି ନାମକ ଏକ ଓ୍ବେସାଇଟର ସୂଚନା ଅନୁଯାୟୀ, ଏଠାରେ କିଛି ହଲିଉଡ୍‌ ଫିଲ୍ମ ଶୁଟିଂ ହେବା ସହ କେତେ ଗୁଡିଏ ଫ୍ୟାଶନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି। କୁହାଯାଏ ଏଠାରେ ଥିବା କଙ୍ଗାଳ ଗୁଡିକୁ ଏକାଠି କରିବାକୁ ପାଖାପାଖି ୧୦ ବର୍ଷ ସମୟ ଲାଗିଛି।

Share