Categories: ଫୁରସତ

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: ବର୍ଷକୁ କଏଦୀଙ୍କ ପିଛା ଖର୍ଚ୍ଚହୁଏ ୯୩ କୋଟି

ଜେଲ କଥା ଉଠିବା ମାତ୍ରେ ମନରେ ଅନେକ ପ୍ରକାର କଥା ଆସିଥାଏ। ଅର୍ଥାତ୍‌ ସେଠାର ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ଖାଇବାପିଇବା ଆଦି। ମାତ୍ର କ୍ୟୁବାରେ ଏପରି ଏକ ଜେଲ ରହିଛି ଯାହାକି ସବୁଠାରୁ ଭିନ୍ନ। ଏହାର ନାମ ରଖାଯାଇଛି ‘ଗୁଆଣ୍ଟାନମୋ ବେ’ ଜେଲ। ଏଠାରେ ଜଣେ ଦୋଷୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଉକ୍ତ ଜେଲକୁ ବିଶ୍ୱର ସବୁଠାରୁ ମହଙ୍ଗା ଜେଲ ବୋଲି ମଧ୍ୟ କୁହାଯାଏ। ଏହା ଗୁଆଣ୍ଟାନମୋ ସମୁଦ୍ର ତଟରେ ଥିବାରୁ ଏହାର ଏପରି ନାମକରଣ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହି ଜେଲରେ ୪୦ଜଣ କଏଦୀ ଅଛନ୍ତି। ବର୍ଷକୁ ଜଣେ କଏଦୀ ପିଛା ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଜେଲରେ ୧୮୦୦ ସୁରକ୍ଷାକର୍ମୀ ଜଗିରହିଛନ୍ତି। ପ୍ରତି କଏଦୀଙ୍କ ପାଇଁ ୪୫ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି। ଜେଲର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ବର୍ଷକୁ ୩୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଏଠାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯାଇଥାଏ। ରିପୋର୍ଟ ଅନୁସାରେ, ୯/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ଏହି ଜେଲରେ ଅଛନ୍ତି।
ଏହା ୩ ମହଲା ବିଶିଷ୍ଟ। ପ୍ରଥମ ୨ ମହଲା ଇଣ୍ଟଲିଜେନ୍ସି ହେଡ୍‌କ୍ୱାର୍ଟର ହୋଇଥିବା ବେଳେ ଏବଂ ତୃତୀୟ ମହଲାଟି ଚିକିତ୍ସାଳୟ। ଏହା ବ୍ୟତୀତ ଓକିଲଙ୍କ ପାଇଁ ଏଠାରେ ଭିନ୍ନ ଭିନ୍ନ କୋଠରୀ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ସହ କଥା ହୋଇପାରିବେ। ଏଠାରେ ଷ୍ଟାଫ୍‌ କଏଦୀଙ୍କ ପାଇଁ ଚର୍ଚ୍ଚ ଏବଂ ସିନେମା ଦେଖିବାର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ କଏଦୀଙ୍କ ପାଇଁ ଜିମ୍‌ ଏବଂ ପ୍ଲେ ଷ୍ଟେଶନ କରାଯାଇଛି।

Share