କୁହାଯାଏ ମଦ୍ୟପାନ ଶରୀର ପକ୍ଷେ କ୍ଷତିକାରକ। ହେଲେ ଆଜିବି ଏହାର ବିକ୍ରି ବା ଚାହିଦା ରହିଛି। କେହି କେହି ଏହାକୁ ଲୁଚିଛପି ପିଉଥିବା ବେଳେ ଆଉ କେହି ଏହାକୁ ଷ୍ଟାଟସ ସିମ୍ବଲ ବୋଲି କହିଥାଆନ୍ତି। ତେବେ ବିଶ୍ୱର ସେମିତି କିଛି ମହଙ୍ଗା ମଦ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।
ଟକିଲା: ସୂଚନା ଅନୁଯାୟୀ ଏହାର ନାମ ହେଉଛି ଟକିଲା ଲେ .୯୨୬। ଏହାର ପ୍ୟାକେଜିଂରେ କୁଆଡେ ୬୪ ହଜାର ଖଣ୍ଡ ହୀରା ବ୍ୟବହାର କରାଯାଇଥାଏ। ଏହା ମେକ୍ସିକୋରେ ପ୍ରଥମେ ଲଞ୍ଚ କରାଯାଇଥିବା କୁହାଯାଏ। ହେଲେ ଆଜି ପର୍ଯ୍ୟନ୍ତ ଏହାକୁ କେହି କିଣି ନ ଥିବାରୁ ଏହାର ଦାମ୍ କାହାକୁ ଜଣା ନାହିଁ ବୋଲି ସୂଚନା ରହିଛି।
ଅରମାଣ୍ଡ ଡି ବ୍ରିଗନାକ ମିଡାସ: ଏହାକୁ ବିଶ୍ୱର ସବୁଠାରୁ ଦାମି ସାମ୍ପେନ ଭାବେ ଗଣାଯାଇଥାଏ। ଏହାର ବଡ ସାଇଜ୍ ବୋତଲ ଖୁବ୍ ମହଙ୍ଗା ବୋଲି କୁହାଯାଏ। ତେବେ ଏହାର ଦାମ୍ ୧ କୋଟି ୪୦ଲକ୍ଷରୁ ଊର୍ଦ୍ଧ୍ୱ ବୋଲି କୁହାଯାଏ।
ଦିଭା ଭୋଡକା: ଏହି ବୋତଲର ମଝିରେ ସ୍ବେରେସ୍କିର କ୍ରିଷ୍ଟାଲ ଲାଗିଥାଏ ଓ ଏହାକୁ ଡ୍ରିଙ୍କ ସହ ମିଶାଇ ପିଇବାକୁ ପଡେ। ଏହା ଦାମୀ ହୋଇଥିବା ବେଳେ ଏହାର ଦାମ୍ ସମ୍ପର୍କରେ ସଠିକ୍ ସୂଚନା କିଛି ନାହିଁ।
ଡାଲମୋର ୬୨: ଏହା ବିଶ୍ୱର ସବୁଠାରୁ ମହଙ୍ଗା ହ୍ବିସ୍କି ବୋଲି ବିବେଚନା କରାଯାଏ। ଏପର୍ଯ୍ୟନ୍ତ ଏହାର କେବଳ ୧୨ଟି ବୋତଲ ତିଆରି ହୋଇଛି। ଏହାର ଦାମ୍ ୧କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ।