Categories: ଫୁରସତ

ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍‌ ତଳେ ନିର୍ମାଣ କରାଯାଇଥାଏ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସୁଇମିଂ ପୁଲ୍‌ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦକ୍ଷିଣ ବ୍ରିଟେନ୍‌ର ଦୁଇ ଆପାର୍ଟମେଣ୍ଟ ମଝିରେ ଝୁଲିଲା ପରି ରହିଛି ଏହି ପୁଲ୍‌। ଦୁଇ କୋଠା ମଧ୍ୟରେ ୧୧୫ ଫୁଟ ଉଚ୍ଚରେ ଏହା ନିର୍ମାଣ କରାଯାଇଛି।

ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ଏହାର ଗଭୀର ୩ ମିଟର ଏବଂ ଲମ୍ବ ୨୫ ମିଟର। ତଳେ ଠିଆ ହୋଇ ପୁଲ୍‌କୁ ଚାହିଁଲେ ସନ୍ତରଣକାରୀଙ୍କୁ ବେଶ୍‌ ଭଲ ଭାବେ ଦେଖି ହେବ। ପୁଲ୍‌ର ଉପଯୋଗକର୍ତ୍ତା ଦୁଇ କୋଠା ମଝିରେ ପହଁରିବା ପାଇଁ ଅନୁମତି ମଧ୍ୟ ଦେଇ ସାରିଛନ୍ତି। କାରଣ ଡବଲ ପର୍ସ ଅନୁସାରେ ଏହାର ନିର୍ମାଣ କରାଯାଇଛି।

ବର୍ତ୍ତମାନ କଲରାଡୋରେ ଏହାର ଶେଷ ପରୀକ୍ଷା ଚାଲୁରହିଥିବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଆଗାମୀ ଗ୍ରୀଷ୍ମ ଋତୁରେ ଏହା ଖୋଲିବାକୁ ଯାଉଛି।

Share