ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ବିଶ୍ୱର ସବୁଠୁ ବଡ଼ ସାମୂହିକ ସମାଧିସ୍ଥଳର ସନ୍ଧାନ ମିଳିଛି। ଏକସଙ୍ଗେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍ ହୋଇଛି ଏଠାରୁ। ବିଶ୍ୱର ଏହା ପ୍ରଥମ ଏଭଳି ସମାଧିସ୍ଥଳ ଯେଉଁଠାରେ ଏତେ ମାତ୍ରାରେ କଙ୍କାଳ ମିଳିଛି। ଏହି ସାମୂହିକ ସମାଧିସ୍ଥଳ ଶ୍ରୀଲଙ୍କାର ମନ୍ନାର ସହରରେ ରହିଛି। ଏଠାରେ ଏକ ନୂତନ ପ୍ରାସାଦ ନିର୍ମାଣ ପାଇଁ ଖୋଳା ଆରମ୍ଭ କରାଯିବା ବେଳେ ଏହି କଙ୍କାଳ ସବୁ ଠାବ କରାଯାଇଥିଲା। ପରେ ସମ୍ପୂର୍ଣ୍ଣ ଇଲାକାକୁ ଖୋଳିବା ପରେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍ କରାଯାଇଛି।