Categories: ଫୁରସତ

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ ବୋଲି କୁହାଯାଉଛି। ଏକ ପର୍ବତୀୟ କ୍ଷେତ୍ରରେ ଥିବା ଆପୁରିମାକ୍‌ ନଦୀଠୁ ପ୍ରାୟ ୨୦୦ ଫୁଟ୍‌ ଉଚ୍ଚରେ ନିର୍ମିତ ଏହି ଦଉଡ଼ି ପୋଲର ଲମ୍ବ ୧୧୮ ଫୁଟ୍‌ ରହିଛି। ଜଙ୍ଗଲୀ ଘାସରେ ତିଆରି ରଶିରେ ୧୦୦ ଫୁଟ୍‌ରୁ ଅଧିକ ଲମ୍ବା ଏହି ପୋଲକୁ ଗ୍ରାମବାସୀମାନେ ପ୍ରତିବର୍ଷ ତିଆରି କରିଥାନ୍ତି। କୁହାଯାଉଛି, ଏହି ଦଉଡ଼ି ପୋଲର ନିର୍ମାଣ କାର୍ଯ୍ୟ ୫୦୦ ବର୍ଷ ପୁରୁଣା। ଗ୍ରାମବାସୀଙ୍କୁ ପେରୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା; ଯାହା ପବନରେ ଦୋଳାୟମାନ ହେଉଥାଏ। ବିପଜ୍ଜନକ ଭାବେ ଏଥିରେ ଯିବାଆସିବା କରିବାକୁ ପଡ଼େ ସେମାନଙ୍କୁ। ପ୍ରତିବର୍ଷ ନୂଆ ବ୍ରିଜ୍‌ ହେବା ପରେ ଗ୍ରାମବାସୀ ଉତ୍ସବ ପାଳନ କରିଥାନ୍ତି। ଏହାସହ ଗ୍ରାମଦେବୀଙ୍କ ନିକଟରେ ରାସ୍ତାରେ ଯାଉଥିବା ଲୋକଙ୍କ ଶୁଭମନାସି ପ୍ରାର୍ଥନା କରିଥାନ୍ତି।

Share