Categories: ଫୁରସତ

ବିଶ୍ୱର ସବୁଠୁ ବିପଜ୍ଜନକ ସୁଡ଼ଙ୍ଗ

ଚୀନ୍‌ର ତେହାଙ୍ଗ ପାହାଡ଼କୁ ମଝିରୁ କାଟି ତିଆରି କରାଯାଇଛି ବିଶ୍ୱର ସବୁଠୁ ଭୟାନକ ସୁଡ଼ଙ୍ଗ। ଏହାର ନାମ ରହିଛି ଗୁଓଲିୟାଙ୍ଗ୍‌। ସୁଡ଼ଙ୍ଗର ନିର୍ମାଣ ୧୯୭୨ରେ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁଡ଼ଙ୍ଗରେ କେବଳ ଚାଲି ଚାଲି ଯିବାର ନିୟମ ଥିଲା। ଏବେ କିନ୍ତୁ ସୁଡ଼ଙ୍ଗ ମଧ୍ୟ ଦେଇ ଯାନବାହନ ଚଳାଚଳ କରୁଛି। ସୁଡ଼ଙ୍ଗ ରାସ୍ତା ତୁଝାସ୍କିଆନ୍‌, ଝିନ୍‌ଝିୟାଙ୍ଗ୍‌ ଏବଂ ହେନାନ୍‌ ପ୍ରାନ୍ତ ସହ ସଂଯୁକ୍ତ। ତେବେ ସୁଡ଼ଙ୍ଗରେ ଯାତାୟାତ ସବୁଠୁ ବିପଜ୍ଜନକ। ସୁଡ଼ଙ୍ଗ ତିଆରି ହେବା ପୂର୍ବରୁ ଲୋକଙ୍କୁ ୭୨୦ଟି ପାହାଡ଼ ମଧ୍ୟ ଦେଇ ଯିବାକୁ ପଡୁଥିଲା; ଯାହା ଅତ୍ୟନ୍ତ ଭୟାନକ ଥିଲା। ଏହାକୁ ନଜରରେ ରଖି ଗଁାଲୋକେ ସୁଡ଼ଙ୍ଗ ତିଆରି ପାଇଁ ନିଶ୍ଚିତ କଲେ। ଗଁା ମୁଖିଆ ନିଜ ଅର୍ଥରେ ୧୩ଜଣ ଲୋକଙ୍କ ସହ ମିଶି ୧୨ଶହ ମିଟର ଲମ୍ବର ସୁଡ଼ଙ୍ଗକୁ ପ୍ରାୟ ୫ବର୍ଷ ଭିତରେ ସମ୍ପୂର୍ଣ୍ଣ କରିଥିଲେ।

Share