ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍‌

ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍‌ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର ଟଙ୍କା ଦେଲେ ମାତ୍ର ୫ ପିସ୍‌ ଆଳୁ ଚିପ୍ସ ମିଳୁଛି। ସ୍ବିଡେନର ଏକ କମ୍ପାନୀ ଏଭଳି ମହଙ୍ଗା ଆଳୁ ଚିପ୍ସ ପ୍ରସ୍ତୁତ କରିଛି। ସେଣ୍ଟ ଏରିକ୍ସ ବ୍ରୁଭରି ନାମକ ଏହି କମ୍ପାନୀ ଆଳୁ ଚିପ୍ସ ପ୍ୟାକେଟ୍‌ ବଜାରକୁ ଛାଡିଛି। ଯେଉଁଥିରେ ମାତ୍ର ୫ଟି ଚିପ୍ସ ରହିଛି। ଯାହାର ମୂଲ୍ୟ ୩,୯୯୩.୬୪ ଟଙ୍କା।

ଏବେ ଆପଣ ଭାବୁଥିବେ, ଏହି ଆଳୁ ଚିପ୍ସରେ ଏମିତି କ’ଣ ଅଛି ଯାହା ଦାମ୍‌ ଏତେ ଟଙ୍କା। ତେବେ ଏହି ଆଳୁ ଚିପ୍ସ ପ୍ୟାକେଟଟି ଦେଖିବାକୁ ଜୁଏଲାରୀ ବକ୍ସ ଭଳି। କମ୍ପାନୀ କହିବା ମୁତାବକ ଚିପ୍ସ ପ୍ରସ୍ତୁତି ଯେଉଁସବୁ ମସଲା ଦିଆଯାଇଛି ତାହାର ବଜାର ମୂଲ୍ୟ ଆକାଶଛୁଆଁ। ତେଣୁ ଚିପ୍ସ ମୂଲ୍ୟ ଅଧିକ ରହିବା ସ୍ବାଭାବିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share