Categories: ଫୁରସତ

ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ : ୧.୪୪ କୋଟିରେ ହେଲା ନିଲାମ

ଲଣ୍ଡନ : ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ ମଧ୍ୟରେ ଶୁମାର ହର୍ମିସ ବିର୍କିନର ଏକ ହ୍ୟାଣ୍ଡବ୍ୟାଗ୍‌ ସ୍ଥାନ ପାଇଛି। ଯାହା ୧.୪୪ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ବ୍ୟାଗ୍‌ର ନାଁ ‘ଦ ୨୦୧୫ ହିମାଳୟ ନିଲୋଟିକ୍‌୍‌ସ କ୍ରୋକୋଡାଇଲ୍‌ ବିର୍କିନ ୩୫’ ଦିଆଯାଇଛି। ଏହାର ମୂଲ୍ୟ ୮୮ ହଜାର ୭୯୩ରୁ ୧ ୧ଲକ୍ଷ ୧୪ ହଜାର ୧୬୨ ଡଲାର ଯାହା ଭାରତୀୟ ମୁଦ୍ରାରେ ୧.୪୪ କୋଟି। ଲଣ୍ଡନର କ୍ରିଷ୍ଟି ଏହି ନିଲାମ ଡାକିଛନ୍ତି। ଏହି ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ର ରେକର୍ଡ ଏହାର କମ୍ପାନୀ ନାମରେ ଯାଉଛି। ସେହିପରି ୨୦୧୮ରେ ‘ଦ ମିଟ୍‌ ହିମାଳୟ ନିଲୋଟିକ୍‌ସ କ୍ରୋକୋଡାଇଲ ବିର୍କିନ ୩୫’ ନାମକ ଏକ ହ୍ୟାଣ୍ଡବ୍ୟାଗ୍‌ ୩ ଲକ୍ଷ ୩୨୨ ଡଲାରରେ ନିଲାମ ହୋଇଥିଲା। ଏହି ବ୍ୟାଗ ନିଲାମ ପାଇଁ ୪୧ଟି ଦେଶର ଲୋକ ନିଲାମ ଡାକିଥିଲେ। ଏହି ହ୍ୟାଣ୍ଡବ୍ୟାଗ୍‌ର ନାଁ ଥିଲା ଅଭିନେତା ଏବଂ ଗାୟକ ଜେନ୍‌ ବିର୍କିନଙ୍କ ନାମାନୁସାରେ ରଖାଯାଇଥିଲା। ଏହା ଏମିତି ଏକ ବ୍ରାଣ୍ଡ୍‌ ଯାହାକୁ ହଲିଉଡ୍‌ର ସମସ୍ତ ସେଲିବ୍ରିଟି ଖୁବ୍‌ ପସନ୍ଦ କରୁଛନ୍ତି।

Share